ସିଆର୍ପିଏଫ୍ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା

ରାୟଗଡ଼ା, ୨୫ା୪(ଆପ୍ର): ରାୟଗଡ଼ା ସହର ସ୍ଥିତ ସିଆର୍ପିଏଫ୍ ଚତୁର୍ଥ ବାଟାଲିୟନରେ କାର୍ଯ୍ୟରତ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ସୁନୀଲଙ୍କ ବୟସ ୫୮ । ସେ ୬ ମାସ ପୂର୍ବେ ଝାରଖଣ୍ଡରୁ ରାୟଗଡ ବଦଳି ହୋଇ ଆସିଥିଲେ । ରାୟଗଡରେ ଯୋଗଦେବା ପରଠାରୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଦାୟିତ୍ୱରେ ତିନି ମାସ ବିତାଇ ଗତ କିଛି ଦିନ ହେବ ରାୟଗଡ କ୍ୟାମ୍ପ୍ରେ ଥିଲେ । ପାରିପାଶ୍ୱର୍ିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସୁନୀଲ କୁମାରଙ୍କ କ୍ୱାର୍ଟର ପରିସରରୁ ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ କିଛି ଅଧିକାରୀ ସେଠାରେ ପହଞ୍ଚôଥିଲେ । ସୁନୀଲଙ୍କ ରକ୍ତ ଜୁଡୁବୁଡୁ ଶବ ସେଠାରେ ପଡିଥିବା ଦେଖିଥିଲେ । ସୁନୀଲଙ୍କ ସର୍ଭିସ ରାଇଫଲ୍ ଏକେ-୪୭ ସେଠାରେ ପଡିଥିଲା । ରାୟଗଡ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଏସ୍ପି ବିବେକା ନନ୍ଦ ଶର୍ମା ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ବାଟାଲିୟନ କ୍ୟାମ୍ପରେ ପହଞ୍ଚି ତଦନ୍ତ କରିଥିଲେ । ଶବକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା ।
ପ୍ରଥମେ ଏକ୍ସରେ କରି କେତୋଟି ଗୁଳି ବାଜିଛି ଜାଣିବା ପରେ ପୋଷ୍ଟମର୍ଟମ ରୁମକୁ ନେଇ ଶବ ବ୍ୟବଚ୍ଛେଦ କାରାଯାଇଛି । ସୁନୀଲଙ୍କ ଗ୍ରାମ ବିହାରର ସୀତାମଣୀକୁ ତାଙ୍କ ପାର୍ଥିବ ଶରୀର ପଠାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *