ଡବ୍ଲୁ୍ୟଟିସି ଫାଇନାଲ ପାଇଁ ଟିମ୍ ଇଣ୍ଡିଆ ଘୋଷିତ
ଟେଷ୍ଟ ସ୍କ୍ୱାଡ୍କୁ ଫେରିଲେ ରାହାଣେ
ନୂଆଦିଲ୍ଲୀ, ୨୫ା୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସିଜନ୍ ଶେଷ ହେବା ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସିି ୱାଲ୍ଡ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି) ଫାଇନାଲରେ ଖେଳିବେ । ଟିମ୍ ଇଣ୍ଡିଆ କ୍ରମାଗତ ଦୁଇଥର ଫାଇନାଲକୁ ଯାଇଛି । ଗତ ଥର ନୁ୍ୟଜିଲାଣ୍ଡ ଓ ଭାରତୀୟ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥର ଅଷ୍ଟ୍ରେଲିଆ ସହ ଫାଇନାଲରେ ଖେଳିବ ଭାରତ । ଏହି ମହାମୁକାବିଲା ପାଇଁ ଚୟନକର୍ତ୍ତାମାନେ ମଙ୍ଗଳବାର ଟିମ୍ ସଦସ୍ୟମାନଙ୍କ ନାମ ଘୋଷଣା କରିଛନ୍ତି । ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍ରେ ଅଛନ୍ତି ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏଲ୍ ରାହୁଲ୍, କେଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାରଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ଶିରାଜ, ଉମେଶ ଯାଦବ ଓ ଜୟଦେବ ଅନାଦକଟ ।
ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ ୭ରୁ ୧୧ ଭିତରେ ଇଂଲଣ୍ଡର କେନିଂଟନ ଓଭାଲ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ମ୍ୟାଚ୍ ଖେଳିବ । ଟିମ୍ରେ ରହିବେ ୧୫ ସଦସ୍ୟ । ଏମାନଙ୍କ ବାଦ୍ ଆଇପିଏଲ୍ରୁ ଚୟନ କରାଯାଇଥିବା ଆଉ ୪ ଘାତକ ବୋଲରଙ୍କୁ ଇଂଲଣ୍ଡ ପଠାଯିବ । ସେମାନେ ହେଲେ ମୁକେଶ କୁମାର, କୁଳଦୀପ ସେନ, ନବଦୀପ ସୈନି ଓ ଉମରାନ ମଲିକ, ଏଥର ଆଜିଙ୍କ୍ୟ ରହାଣେ ଟିମ୍ରେ ସ୍ଥାନ ପାଇଛନ୍ତି । ଅପରପକ୍ଷେ ସୂର୍ଯ୍ୟକୁମାର ଯାଦବ ବାଦ୍ ପଡ଼ିଛନ୍ତି । ଈଶାନ୍ କିଷନଙ୍କୁ ବି ସୁଯୋଗ ଦିଆଯାଇନାହିଁ । ୧୫ ଖେଳାଳିଙ୍କ ଭିତରେ ଅଛନ୍ତି ୱିକେଟ୍କିପର କେ ଏସ୍ ଭରତ । ଅନ୍ୟ ୱିକେଟ୍ କିପରି ହେଲେ କେ ଏଲ୍ ରାହୁଲ ।