୧୫ ପ୍ରସ୍ତାବକୁ ମୋହର

ରାଜ୍ୟ କ୍ୟାବିନେଟ୍
ଓବିସି କମିଶନ ଅଧ୍ୟାଦେଶକୁ କ୍ୟାବିନେଟ୍ର ଅନୁମୋଦନ
ଇ-ଯାନ ପଲିସି ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି
ଚଳିତ ବର୍ଷ ନିର୍ମାଣ ହେବ ୫୫୦ ନୂଆ ବିଜୁ ସେତୁ
ଭୁବନେଶ୍ୱର, ୨୪ା୪ (ବୁ୍ୟରୋ): ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଆଗତ ହୋଇଥିବା ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହକି ଇଣ୍ଡିଆର ପ୍ରାୟୋଜକ ଭାବେ ଓଡ଼ିଶା ୨୦୩୩ ପର୍ଯ୍ୟନ୍ତ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ୨୨ଟି ଜାତି, ସମ୍ପ୍ରଦାୟ ଏବଂ ଏହାର ସମର୍ଥକ ଜାତିଗୁଡ଼ିକ ପଛୁଆ ବର୍ଗରେ ସାମିଲ ହୋଇ ନ ଥିବାରୁ ସାମାଜିକ ଓ ଶିକ୍ଷାଗତ ଉନ୍ନତି ପାଇଁ ସେମାନଙ୍କୁ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ଅନୁଭବ କରି ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ-୧୯୯୩ର ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ପ୍ରସ୍ତାବ ସମେତ ସମୁଦାୟ ୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ରେ ମଞ୍ଜୁରି ଦିଆଯାଇଛି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଶକ୍ତି, କ୍ରୀଡ଼ା, ଏମ୍ଏସ୍ଏମ୍ଇ, ଗ୍ରାମ୍ୟ ଉନ୍ନୟନ, ଅର୍ଥ, ଅବକାରୀ, ଅନୁସୂଚିତ ଜାତି ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଆଦି ବିଭାଗ ପକ୍ଷରୁ ୧୫ଟି ପ୍ରସ୍ତାବ ଆଗତ ହୋଇଥିଲା । କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ, ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍‌ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମାଦନ ମିଳିଛି । ସେହିପରି ୬ ଲେନ୍‌ ବିଶିଷ୍ଟ କଟକ ରିଂ ରୋଡ୍‌ ଆହୁତ ଟେଣ୍ଡରକୁ ଅନୁମାଦନ ମିଳିଛି । ଓଡ଼ିଶା ଇଭି ପଲିସି-୨୦୨୧ର ସଂଶୋଧନ, ବିଦୁ୍ୟତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶରେ ମଧ୍ୟ ମୋହର ଲାଗିଛି ।ଖୁବ୍ଶୀଘ୍ର ଓଡ଼ିଶା ସ୍ୱତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଆସିବ ସ୍ୱତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧିନିୟମରେ ସଂଶୋଧନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଓଡ଼ିଶା ଜଙ୍ଗଲ ସେବା କାଡର ପୁନର୍ଗଠନ, ଜିପିଏଫ୍‌ ଅଧିନିୟମ-୧୯୩୮ର ସଂଶୋଧନ, ଅବକାରୀ ବିଭାଗରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସର ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀ ଏବଂ ଅବକାରୀ ସବ୍ଇନ୍ସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆସିବାକୁ ଥିବାବେଳେ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମି ହେବ । ଏହି ସମସ୍ତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ଲାଭ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *