୨ଠ ଦିନରେ ଭାଙ୍ଗିଯିବ ଶିନେ୍ଦ-ଫଡନବିସ ସରକାର

ମୁମ୍ବାଇ (ଏଜେନ୍ସି): ୨୦ ଦିନରେ ଭାଙ୍ଗିଯିବ ଶିନେ୍ଦ-ଫଡ୍ନବିସ ସରକାର । ଏପରି ଦୃଢ଼ୋକ୍ତି କରିଛନ୍ତି ସାଂସଦ ସଞ୍ଜୟ ରାଉତ । ମହାରାଷ୍ଟ୍ରରେ ଜାରି ରାଜନୈତିକ ଯୁଦ୍ଧ ମଧ୍ୟରେ ସଞ୍ଜୟଙ୍କ ଏହି ବୟାନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏକନାଥ ଶିନେ୍ଦ ଏବଂ ବିଜେପି ମେଣ୍ଟ ସରକାର ଗଠନ ହେବା ପରଠୁ ଉଦ୍ଧବ ଗୋଷ୍ଠୀ ଲଗାତାର ତାଙ୍କୁ ଟାର୍ଗେଟ୍ କରିଆସୁଛନ୍ତି । ଶିନେ୍ଦଙ୍କ ବିଦ୍ରୋହ ପରଠୁ ଉଦ୍ଧବଙ୍କ ପାଖରୁ ପ୍ରଥମେ ବିଧାୟକ, ପରେ କ୍ଷମତା ଏବଂ ଶେଷରେ ଶିବସେନା ଚାଲିଯାଇଥିଲା । ସେବେଠାରୁ ଉଦ୍ଧବ ଗୋଷ୍ଠୀ ଏକନାଥ ଶିନେ୍ଦ ଏବଂ ବିଜେପି ଉପରେ ଭିନ୍ନ ଭିନ୍ନ ଅଭିଯୋଗ କରୁଛନ୍ତି । ଏହି କ୍ରମରେ ସାଂସଦ ସଞ୍ଜୟ ରାଉତଙ୍କÿ ବୟାନ ସାମ୍ନାକୁ ଆସିଛି । ସଞ୍ଜୟ ଦାବି କରିଛନ୍ତି ଯେ, ଶିନେ୍ଦ-ଫଡ୍ନଭିସ ସରକାର ଆଗାମୀ ୧୫-୨ଠ ଦିନ ମଧ୍ୟରେ ଭାଙ୍ଗିଯିବ । ରାଉତ ଏକ ବୟାନରେ କହିଛନ୍ତି, ମହାରାଷ୍ଟ୍ରରେ ଶିନେ୍ଦ-ଫଡ୍ନଭିସ ସରକାରର ଡେଥ୍ ୱାରେଣ୍ଟ ଜାରି ହୋଇସାରିଛି । କେବଳ ତାରିଖ ଘୋଷଣା ହେବା ବାକି ଅଛି । ପୂର୍ବରୁ ହିଁ କହିଥିଲି ଶିନେ୍ଦ ସରକାର ଫେବ୍ରୁଆରୀରେ ଭାଙ୍ଗିଯିବ କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟରେ ବିଳମ୍ବ କାରଣରୁ ଏହି ସରକାରଙ୍କ ଲାଇଫଲାଇନ ବଢ଼ିଯାଇଥିଲା ।
ସୂଚନାଥାଉକି, ଗତ ବର୍ଷ ଜୁନ୍ରେ ଏକନାଥ ଶିନେ୍ଦ ଗୋଷ୍ଠୀ ଦଳ ସହ ବିଦ୍ରୋହ କରିଥିଲେ । ଏହାପରେ ଉଦ୍ଧବ ସରକାର ଭାଙ୍ଗିଯାଇଥିଲା । ଶିନେ୍ଦ ବିଦ୍ରୋହୀ ବିଧାୟକଙ୍କ ସହ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ । ଏହାପରେ ଉଦ୍ଧବ ଠାକ୍ରେ ଗୋଷ୍ଠୀର ଅନେକ ନେତା ଶିନେ୍ଦ ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ । ସେହିପରି ଶିବସେନାର ନାଁ ଏବଂ ଦଳର ଚିହ୍ନ ମଧ୍ୟ ଶିନେ୍ଦ ଗୋଷ୍ଠୀଙ୍କ ପାଖକୁ ଚାଲିଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *