ରାହୁଲଙ୍କ ନୂଆ ଠିକଣା ୧ଠ, ଜନପଥ ରୋଡ୍
ନୂଆଦିଲ୍ଲୀ (ଏଜେନ୍ସି): ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ୧୨, ତୋଗଲକ୍ ଲେନ୍ରେ ଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି । ବଙ୍ଗଳାର ଚାବି ଲୋକସଭା ସଚିବାଳୟର ଅଧିକାରୀଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ସେ କିଛି ସମୟ ଭାବବିହ୍ୱଳିତ ହୋଇପଡ଼ିଥିବା ଦେଖାଯାଇଛି ।
ଚାବି ଦେବା ପୂର୍ବରୁ ସେ କହିଛନ୍ତି, ୧୯ ବର୍ଷ ଧରି ଏଠାରେ ରହିଥିଲି । ଜନସାଧାରଣଙ୍କ ପାଇଁ ବଙ୍ଗଳା ପାଇଥିଲି । କିନ୍ତୁ ମୋ’ଠାରୁ ଛଡ଼ାଇ ନିଆଗଲା । ସତ୍ୟ ପାଇଁ ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ । ଯେଉଁଠି ରହିଲେବି କିଛି ଫରକ ପଡ଼ିବନି । ବଙ୍ଗଳାରୁ ଆସବାବପତ୍ର ଶୁକ୍ରବାର ଠାରୁ ସୋନିଆ ଗାନ୍ଧିଙ୍କ ବାସଭବନ ୧୦-ଜନପଥ ରୋଡ୍କୁ ସ୍ଥାନାନ୍ତର କରାଯିବା ଆରମ୍ଭ ହୋଇଥିଳା । ଆଜି ସକାଳେ ରାହୁଲଙ୍କ ଶେଷ ସାମାନ ଏକ ଟ୍ରକରେ ସୋନିଆଙ୍କ ବାସଭବନକୁ ସ୍ଥାନାନ୍ତର ହୋଇଥିଲା । ଏହି ସମୟରେ ଭଉଣୀ ପ୍ରିୟ୍ଙ୍କା ଗାନ୍ଧି ଭଦ୍ରା, ମା’ ଶ୍ରୀମତୀ ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ । ସଂପ୍ରତି ରାହୁଲଙ୍କ ନୂଆ ଠିକଣା ୧୦ ଜନପଥ ରୋଡ୍ ହୋଇଛି । ରାହୁଲଙ୍କ ସମର୍ଥନ କରି ପ୍ରିୟଙ୍କା କହିଛନ୍ତି, ମୋ’ ଭାଇ ବହୁ ସାହସୀ, ସେ ଡରିବ ନାହିଁ ଓ ସତ ପାଇଁ ଲଢ଼େଇ ଅବ୍ୟାହ୍ତ ରଖିବ । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, ଘର ଛାଡ଼ିବା ରାହୁଲଙ୍କ ପାଇଁ ଏକ ପ୍ରସଙ୍ଗ ନୁହେଁ । କିନ୍ତୁ ସତ କହିବାରୁ ରାଜନୈତିକ ଉଦେ୍ଦଶ୍ୟ ରଖି ସରକାର ଟାର୍ଗେଟ କରୁଛନ୍ତି । ଦୁଇ ବର୍ଷ ଜେଲ ଦଣ୍ଡ, ତୁରନ୍ତ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ଓ ଘର ଛାଡ଼ ନିଦେ୍ର୍ଦଶକୁୂ ପ୍ରତି ଭାରତୀୟ ଦେଖୁଛନ୍ତି ।
ସୂଚନାଯୋଗ୍ୟ, ମୋଦି ସାଙ୍ଗିଆ ମାମଲାରେ ରାହୁଲଙ୍କ ସଦସ୍ୟତା ଯିବା ପରେ ଏପ୍ରିଲ ୨୨ ସୁଦ୍ଧା ବଙ୍ଗଳା ଛାଡ଼ିବାକୁ ନୋଟିସ ଦିଆଯାଇଥିଲା ।