ପଞ୍ଚଭୂତରେ ଲୀନ ଦେବାଶିଷ

ପୁରୀ/ସାକ୍ଷୀଗୋପାଳ,୨୨ ।୪ (ବୁ୍ୟରୋ): ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସ୍ର ଲାନ୍ସନାଏକ ଦେବାଶିଷ ବିଶ୍ୱାଳଙ୍କ ମରଶରୀର ଶନିବାର ଅପରାହ୍ଣରେ ନିଜର ଜନ୍ମମାଟି ସତ୍ୟାବାଦୀ ବ୍ଲକ୍ ଅଳଗୁମ ପଞ୍ଚାୟତ ଖଣ୍ଡାୟତସାହି ଶ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ସାନଭାଇ ମୁଖାଗ୍ନି ଦେଇଥିବା ବେଳେ ହଜାର ହଜାର ଲୋକଙ୍କ ସମ୍ମୁଖରେ ଜଳିଥିଲା ବୀର ଯବାନଙ୍କ ମରଶରୀର । ଏପରିକି ଏହି ସମୟରେ ଲୋକାରଣ୍ୟ ହୋଇପଡ଼ିଥିଲା ସ୍ଥାନୀୟ ଅଞ୍ଚଳ । ବୀର ଯବାନ ଅମର ରହେ ସ୍ଲୋଗାନ୍ରେ ପ୍ରକମ୍ପିତ ହୋଇଥିଲା ଭୁବନେଶ୍ୱର ବିମାନବନ୍ଦରଠାରୁ ଖଣ୍ଡାୟତସାହି ପର୍ଯ୍ୟନ୍ତ । ତେବେ ଆଜି ଗାଁ ମାଟିର ପୁଅ ଦେଶଲାଗି ଜୀବନ ଦେଇଥିବାରୁ ଦେବାଶିଷକୁ ଝୁରୁଛି ସତ୍ୟବାଦୀ । ଏହି ସମୟରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ଶୁଭେଚ୍ଛୁ, ସରକାରୀ ଅଧିକାରୀ, ସାଙ୍ଗସାଥି ଓ ଗ୍ରାମବାସୀ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *