ମୁମ୍ବାଇକୁ ହରାଇଲା ପଞ୍ଜାବ

ଅର୍ଶଦୀପଙ୍କ ପ୍ରଭାବଶାଳୀ ବୋଲିଂ
ମୁମ୍ବାଇ, ୨୨ା୪ (ଏଜେନ୍ସି): ପଞ୍ଜାବ କିଙ୍ଗ୍ସ ଶନିବାର ଚଳିତ ଆଇପିଏଲ୍ର ୩୧ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୩ ରନ୍ରେ ପରାସ୍ତ କରିଛି । ମୁମ୍ବାଇ ଶେଷ ଓଭର୍ରେ ୧୬ ରନ୍ କରିପାରି ନ ଥିଲା । ଅର୍ଶଦୀପ ଏହି ଓଭର୍ ବୋଲିଂ କରିଥିଲେ ।
୨୧୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ମୁମ୍ବାଇ ଟିମ୍ ୬ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ କାମେରନ୍ ଗ୍ରୀନ୍ ୪୩ ବଲ୍ରୁ ୬୭ (୬ ଚୌକା ଓ ୩ ଛକା ସହାୟତାରେ), ସୂର୍ଯ୍ୟକୁମାର ଯାଦବ ୨୬ ବଲ୍ରୁ ୫୭ (୭ ଚୌକା ଓ ୩ ଛକା ସହାୟତାରେ), ଅଧିନାୟକ ରୋହିତ ଶର୍ମା ୨୭ ବଲ୍ରୁ ୪୪ ରନ୍ର ଇନିଂସ୍ ଖେଳିଥିଲେ । ଈଶାନ କିଶନ ୧ ଓ ତିଲକ ବର୍ମା ୩ ରନ୍ କରି ପାଭିଲିଅନ୍ ଫେରିଥିଲେ । ବିପକ୍ଷ ବୋଲର୍ ଅର୍ଶଦୀପ ୨୯ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ଟିମ୍ ଡେଭିଡ୍ ୨୫ ଓ ଜୋଫ୍ରା ଆର୍ଚର ୧ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଅଧିନାୟକ ସାମ୍ କରାନ୍ ୨୯ ବଲ୍ରୁ ସର୍ବାଧିକ ୫୫ ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୪ ଛକା ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ହରପ୍ରୀତ ସିଂହ ୨୮ ବଲ୍ରୁ ୪୧, ଅଥର୍ବ ତାଇଦେ ୨୯, ପ୍ରଭଶିମରନ୍ ସିଂହ ୨୬, ଜିତେଶ ଶର୍ମା ୨୫ ରନ୍ର ଇନିଂସ୍ ଖେଳିଥିଲେ ।
ବିପକ୍ଷ ବୋଲର୍ କାମେରନ୍ ଗ୍ରୀନ୍ ଓ ପୀୟୂଷ ଚାୱଲା ୨ ଲେଖାଏଁ ଏବଂ ଅର୍ଜୁନ ତେନ୍ଦୁଲକର, ଜାସନ୍ ବେହରେନ୍ଡର୍ଫ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *