ଆଜି ରାଜଧାନୀରେ ଜି-୨ଠ ବୈଠକ

ଭୁବନେଶ୍ୱର, ୨୨ା୪(ବୁ୍ୟରୋ): ଭୁବନେଶ୍ୱରରେ ରବିବାର ଠାରୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସେମିନାର ଓ ବୈଠକ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନେରେଟ୍ ପୁଲିସ । ସୁରକ୍ଷା ଦାୟିତ୍ୱରେ ୨ ଜଣ ଡିସିପି ର୍ୟାଙ୍କ ଅଫିସର, ୫ ଜଣ ଅତିରିକ୍ତ ଡିସିପି ର୍ୟାଙ୍କ୍ର ଅଫିସର, ୧୧ ଏସିପି, ୨୫ ଇନ୍ସପେକ୍ଟର, ୧୨୫ ଏସଆଇ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
ଏ ସମ୍ପର୍କରେ ଏକ ସମ୍ବାଦିକ ସମ୍ମଳନୀରେ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଜି-୨୦ ବୈଠକ ପାଇଁ କମିସନରେଟ ପୁଲିସ କେନ୍ଦୀୟ ସୁରକ୍ଷା ସଂସ୍ଥା ସହ ଯୋଗାଯୋଗରେ ରହିଛି । ଦେଶ ଗୁଡିକର ଡେଲିଗେଟଙ୍କ ପାହ୍ୟା ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନବନ୍ଦର, ହୋଟେଲ,ବୈଠକ ସ୍ଥଳୀ ଓ ଗମନାଗମନ ପାଇଁ ୪ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅସ୍ଥାୟୀ କଣ୍ଟ୍ରୋଲ ରୁମରୁ ମନିଟରିଙ୍ଗ କରାଯିବ । ସିସିଟିଭି ଗୁଡିକ ଉପରେ କଡା ନଜର ରଖାଯାଇଛି । ସମସ୍ତ ଦେଶର ଅତିଥିଙ୍କୁ ପାଇଲଟ ପ୍ରୋଟେକ୍ସନ ଗାଡ଼ିରେ ନିଆଯିବ । ବୈଠକ ସ୍ଥାନରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନୁମତି ନ ଥିବା ଲୋକଙ୍କୁ ବୈଠକ ଭିତରକୁ ଯିବାକୁ ମନା କରାଯାଇଛି । ୬ଟି ଜାଗାରେ ନାକା ଚେକିଂ କରାଯିବ ।
ଡିସିପି କହିଛନ୍ତି କେନ୍ଦ୍ରୀୟ ଜି-୨୦ ଟିମ ସହ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ହୋଇଛି । ତାଙ୍କ ପରାମର୍ଶକୁ ଗ୍ରହଣ କରାଯାଇଛି । କୌଣସି ଡେଲିଗେଟ କିପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦିଆଯିବ । ଭିଭିଆଇପିଙ୍କ ପାଇଁ ସିକ୍ୟୁରୁଟି ଅଫିସର ଦିଆଯିବ । ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଟିମ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ମୁତୟନ ରହିବେ । ୨ ୟୁନିଟ ସ୍ପେଶାଲ ଟେକ୍ଟିକାଲ ଟିମ ମୁତୟନ ରହିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *