୨ ମହିଳା ନକ୍ସଲ ନିହତ
ଭୋପାଳ(ଏଜେନ୍ସି): ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ଦୁଇ ଦୁର୍ଦ୍ଦାନ୍ତ ଜଣ ମହିଳା ନକ୍ସଲ । ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲା କଦଳା ଜଙ୍ଗଲରେ ଶନିବାର ଭୋରରେ ହୋଇଥିବା ଏନକାଉଣ୍ଟରରେ ସୁନିତା ଓ ସରିତା ଖତିଆ ପ୍ରାଣ ହରାଇଛନ୍ତି । ଉଭୟଙ୍କ ମୁଣ୍ଡରେ ୧୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା । ସୁନିତା ନକ୍ସଲଙ୍କ ଭୋରାମଦେବ କମିଟିରେ ଏରିଆ କମିଟି ମେମ୍ବର (ଏସିଏମ୍) ଓ ସରିତା ବିସ୍ତାର ଦଳମରେ ଏରିଆ କମିଟି ମେମ୍ବର ଭାବେ କାମ କରୁଥିଲେ । ଦୁଇ ନକ୍ସଲଙ୍କ ଠାରୁ ବନ୍ଧୁକ, ଗୁଳି ଓ ଏକାଧିକ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । କଦଳା ଜଙ୍ଗଲରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି । ଗତବର୍ଷ ବାଲଘାଟ ପୁଲିସ୍ ୬ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲା ।