ସୁମନ କୁମାରୀ ଗିରଫ
ବଲିଉଡ୍ରେ ସେକ୍ସ ରାକେଟ୍
ମୁମ୍ବାଇ(ଏଜେନ୍ସି): ମାୟାନଗରୀ ମୁମ୍ବାଇକୁ କ୍ୟାରିଅର କରିବା ଲାଗି ଆସୁଥିବା ଯୁବତୀଙ୍କୁ ଫସାଇ ସେକ୍ସ ରାକେଟ ଚଳାଇଥିବା ଜଣାଶୁଣା ଭୋଜପୁରୀ ଅଭିନେତ୍ରୀ ତଥା ଗାୟିକା ସୁମନ କୁମାରୀ (୨୪)ଙ୍କୁ ପୁଲିସ ଗିରଫ କରିଛି । ରାକେଟ୍ର ମାୟାରେ ଫସିଥିବା ୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ପାମ୍ ହୋଟେଲରେ ସେକ୍ସ କାରବାର ଚାଲିଥିଲା । ଜୁନିୟର୍ ମଡେଲମାନଙ୍କୁ ଅର୍ଥ ଲୋଭ ଦେଖାଇ ସୁମନ ସେକ୍ସ ବେପାରରେ ନିୟୋଜିତ କରୁଥିଲେ । ସୁମନ ୬ ବର୍ଷ ହେଲା ମୁମ୍ବାଇ ଆସିଥିଲେ ଓ କେବେଠାରୁ ସେକ୍ସ କାରବାରରେ ଲିପ୍ତ ଥିଲେ ତାହା ଜଣାପଡ଼ିନି ।
ରାତିକ ପାଇଁ ଡିଲ୍ ହେଉଥିଲା ୫୦ରୁ ୮୦ ହଜାର ଟଙ୍କା । ଦର ଛିଣ୍ଡାଉଥିଲେ ସୁମନ । ରାକେଟକୁ ଧରିବାକୁ ପୁଲିସ୍ ଜାଲ ବିଛାଇଥିଲା । ଜଣେ ପୁଲିସ୍ ଅଧିକାରୀ ଗରାଖ ସାଜି ସୁମନ କୁମାରୀଙ୍କ ନିକଟକୁ ଯାଇଥିଲେ । ସୁମନ କୁମାରୀ ତାଙ୍କ ସହ ଡିଲ୍ କରିଥିଲେ । ଦର ଛିଣ୍ଡିବା ପରେ ସୁମନ ତାଙ୍କୁ ହୋଟେଲକୁ ନେଇଯାଇଥିଲେ । ସେଠାରେ ମଡେଲମାନେ ଥିଲେ । ଏହି ସମୟରେ ପୁଲିସ୍ ରେଡ୍ କରି ସୁମନ କୁମାରୀଙ୍କୁ ଗିରଫ କରିଥିଲା । ସୁମନ ବହୁ ଭୋଜପୁରୀ ଫିଲ୍ମ, ପବ୍ଲିକ ଶୋ’ ଏବଂ ଓଟିଟି ପ୍ଲାଟଫର୍ମରେ କାମ କରିଛନ୍ତି । ବାପ୍ ନମ୍ବରି ବେଟା ଦଶ୍ ନମ୍ବରି, ଲୈଲା ମଜ୍ନୁ ଆଦି ଫିଲରେ ସେ କାମ କରିଛନ୍ତି । ଏହାବ୍ୟତୀତ ପଞ୍ଜାବୀ, ଭୋଜପୁରୀ ଓ ହିନ୍ଦୀ ଭାଷାରେ ଗୀତ ଗାଇଛନ୍ତି ।