ଭାରତ ସବୁଠୁ ଜନବହୁଳ

ନୁ୍ୟୟର୍କ, ୧୯ା୪: ଜନସଂଖ୍ୟାରେ ଭାରତ ଚୀନ୍କୁ ପଛରେ ପକାଇ ଦେଇଛି । ଜାତିସଂଘର ତାଜା ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ । ଭାରତ ଠାରୁ ଆୟତନରେ ତିନିଗୁଣ ବଡ଼ ଚୀନ୍ ଦ୍ୱିତୀୟ ସ୍ଥାନକୁ ଖସିଆସିଛି । ଚୀନ୍ ଲୋକସଂଖ୍ୟା ୧୪୨.୫୭ ଅର୍ଥାତ୍ ଭାରତ ଠାରୁ ୨୯ ଲକ୍ଷ କମ୍ ବୋଲି ଜାତିସଂଘ ରିପୋର୍ଟରେ କୁହାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ସ୍ଥାନରେ ଅଛି । ୨୦୨୩ ଫେବ୍ରୁଆରୀର ହିସାବ ଅନୁଯାୟୀ ଆମେରିକାର ଆନୁମାନିକ ଜନସଂଖ୍ୟା ୩୪ କୋଟି ।
ବିଭିନ୍ନ ଏଜେନ୍ସିର ଆକଳନ ଅନୁଯାୟୀ ଭାରତରେ ଜନସଂଖ୍ୟା ଆଉ ପ୍ରାୟ ୩୦ ବର୍ଷ ପର୍ଯ୍ୟନ୍ତ ବଢ଼ି ୧୬୫ କୋଟି ହେବାପରେ କମିବା ଆରମ୍ଭ କରିବ । ଜାତିସଂଘର ୱାଲ୍ଡ ପପୁଲେସନ୍ ଡାସ୍ ବୋର୍ଡ ଅନୁସାରେ ଚୀନ୍ ଗତ ବର୍ଷ ସବୁଠୁ ଜନବହୁଳ ଦେଶ ଥିଲା । ବର୍ଷକ ଭିତରେ ଭାରତ ଜନସଂଖ୍ୟା ୧.୫୬ ପ୍ରତିଶତ ବଢ଼ିଛି । ପୃଥିବୀର ପ୍ରାୟ ୨.୪ ପ୍ରତିଶତ ଭୂଭାଗ ବିଶିଷ୍ଟ ଦେଶ ଭାରତରେ ବିଶ୍ୱ ଜନସଂଖ୍ୟାର ପାଞ୍ଚ ଭାଗରୁ ଭାଗେ ବସବାସ କରୁଛନ୍ତି । ଭାରତର ଜନସଂଖ୍ୟା ଆମେରିକା, ଆଫ୍ରିକା ବା ୟୁରୋପ ମହାଦେଶର ମୋଟ ଜନସଂଖ୍ୟାରୁ ଅଧିକ ।
ଭାରତ ଅଧେ ଲୋକଙ୍କ ବୟସ ୩୦ ବର୍ଷରୁ କମ୍ । ଦେଶର ହାରାହାରି ପ୍ରଜନନ ହାର ୨.୦ । କେରଳ ଓ ପଞ୍ଜାବରେ ବୟସ୍କଙ୍କ ସଂଖ୍ୟା ଅଧିକ, ବିହାର ଓ ଉତ୍ତର ପ୍ରଦେଶରେ ଯୁବା ବୟସର ଲୋକସଂଖ୍ୟା ଅଧିକ । ଚୀନ୍ରେ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ବହୁତ ବଢ଼ିଗଲାଣି ।ଠାରେ ୨୦ କୋଟିରୁ ଅଧିକ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ । ଚୀନ୍ର ପ୍ରାୟ ୪୦% ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ । ଏକଦା ଚୀନ୍ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ କଠୋର ଆଇନ ପ୍ରଣୟନ କରିଥିଲା । ଏବେ ଜନସଂଖ୍ୟା ବଢ଼ାଇବା ପାଇଁ ଚୀନ ସରକାର ପ୍ରାୟ ପ୍ରତିଦିନ ନୂଆ ନୂଆ ପ୍ରଲୋଭନ ଦେଉଛନ୍ତି । ତଥାପି ଚୀନା ଦମ୍ପତି ଏକାଧିକ ସନ୍ତାନ ଜନ୍ମ ଦେଉନାହାନ୍ତି । ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତୀୟ ପୁରୁଷ ଓ ନାରୀର ହାରାହାରି ଆୟୁ ଯଥାକ୍ରମେ ୭୧ ଓ ୭୪ ବର୍ଷ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *