ଛତିଶଗଡ଼ର ଦୋମୁହାଁ ନୀତି ପଦାରେ ପଡିଲା

ମହାନଦୀ ଜଳ ବିବାଦ ମାମଲା
ଭୁବନେଶ୍ୱର, ୧୯ା୪(ବୁ୍ୟରୋ): ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପୁଣି ଧରାପଡିÿଲା ଛତିଗଡ଼ର ମନମାନୀ ଏବଂ ଦୋମୁହାଁ ନୀତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓଡିଶା ଉପରେ ଦୋଷ ଲଦିବାରୁ ତାହା ପୁଣି ଏହି ବିବାଦକୁ ଖୋରାକ ଯୋଗାଇଛି । ଶ୍ରୀ ବଘେଲ କହିଛନ୍ତି, ମହାନଦୀର ଅଧିକାଂଶ ପାଣି ଓଡିଶାକୁ ଯାଉଥିବା ସତ୍ତ୍ୱେ ଏହି ପ୍ରସଙ୍ଗ ଟ୍ରିବୁ୍ୟନାଲକୁ ଯିବାରୁ ଏକାଧିକ ପ୍ରକଳ୍ପ ଅଟକି ରହିଛି । ଛତିଶଗଡରେ କୌଣସି ବନ୍ଧ ନାହିଁ, କେବଳ ୭ଟି ବ୍ୟାରେଜ୍ ନିର୍ମାଣ କରାଯାଇଛି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ଏବେ ଛତିଶଗଡର ଦୋମୁହାଁ ନୀତି ପଦାରେ ପଡିଛି । ଅପରପକ୍ଷରେ ଟ୍ରିବୁ୍ୟନାଲର ଅନୁଧ୍ୟାନକାରୀ ଦଳ ବୁଧବାର ମହାନଦୀର ଉତ୍ପତ୍ତି ସ୍ଥଳ ଫାରସିୟା ଗ୍ରାମ, ସୁନ୍ଦର ଡ୍ୟାମ କ୍ଷେତ୍ର ପରିଦର୍ଶନ କରିଥିବା ସୂଚନା ମିଳିଛି ।
କ୍ଷେତ୍ର ପରିଦର୍ଶନରେ ଟ୍ରିବୁ୍ୟନାଲ ଅଧ୍ୟକ୍ଷ ଓ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍, ପକ୍ଷଭୁକ୍ତ ରାଜ୍ୟର ଜଳ ସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍ର ସଦସ୍ୟଙ୍କ ସମେତ ୫୦ ଜଣିଆ ପ୍ରତିନିଧିମଣ୍ଡଳୀ ସାମିଲ ରହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଓଡିଶାର ୨୦ ଜଣ ଅଧିକାରୀ ଥିବା ଟ୍ରିବୁ୍ୟନାଲ ଅଧ୍ୟକ୍ଷ ଏ ଏମ୍ ଖାନ୍ୱିଲକର ସୂଚନା ଦେଇଛନ୍ତି ।
ଅପରପକ୍ଷରେ ମେ’ ମାସରେ ଓଡିଶା ଗସ୍ତ କରିବେ ଅନୁଧ୍ୟାନକାରୀ ଦଳ । ତେବେ ଟ୍ରିବୁ୍ୟନାଲ ସଦସ୍ୟମାନେ କେବେ କ୍ଷେତ୍ର ପରିଦର୍ଶନ କରିବେ ତାହା ଖୁବଶୀଘ୍ର ସ୍ଥିର ହେବ ବୋଲି ଉପର ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି । ଓଡିଶା ପକ୍ଷରୁ ଡ୍ୟାମ ସେଫ୍ଟି ନିଦେ୍ର୍ଦଶକଙ୍କ ସମେତ ଜଳ ସମ୍ପଦ ବିଭାଗର ଅଧିକାରୀ ଓ ବିଶେଷଜ୍ଞ ମଧ୍ୟ ଏହି ଟିମ୍ରେ ଅଛନ୍ତି ।
ସୂଚନାଯୋଗ୍ୟ, ମହାନଦୀରର ଉପର ମୁଣ୍ଡରେ ଛତିଗଡ ସରକାର ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରିବା ଯୋଗୁଁ ନଦୀର ଜଳସ୍ତର କମିବାରେ ଲାଗିଛି । ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ସମାଧାନ ଲାଗି କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୩ ତାରିଖରେ ଟ୍ରିବୁ୍ୟନାଲ ଗଠନ କରିଥିଲେ । ଏହି ଟ୍ରିବୁ୍ୟନାଲର କାର୍ଯ୍ୟକାଳ ୫ ବର୍ଷ ଥିଲା । ତେବେ ଏହି ୫ ବର୍ଷ ମଧ୍ୟରେ ମାମଲାର କୌଣସି ନିଷ୍କର୍ଷ ବାହାରି ପାରିନି । ମାମଲାର ସମ୍ବଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟ୍ରିବୁ୍ୟନାଲ କାର୍ଯ୍ୟକାଳକୁ ଆଉ ୨୧ ମାସ ପାଇଁ ବୃଦ୍ଧି କରିଛନ୍ତି । ଯଦିଓ ଜଳ ବିବାଦର ଚୂଡାନ୍ତ ସମାଧାନ ବାହିରି ପାରିନି, ତେବେ ଏହାରି ଭିତରେ ଟ୍ରିବୁ୍ୟନାଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି । ଓଡିଶାକୁ ତାର ହକ୍ରୁ କିଭଳି ବଞ୍ଚିତ କରାଯାଉଛି ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଏହାରି ଭିତରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଛତିଶଗଡର ଏକଚାଟିଆ କାରବାରକୁ ତୀବ୍ର ବିରୋଧ ଜାରି ରଖିଛନ୍ତି ରାଜ୍ୟ ସରକାର । ବିବାଦର ସମାଧାନ ପାଇଁ ୩୭ ଥର ବୈଠକ ବସିଛି । ହେଲେ ସମାଧାନର ବାଟ ବାହାରିପାରିନି । ଛତିଶଗଡ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ୱାଧୀନ ସରକାର କିଛି କରିନଥିଲେ ଏବଂ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଥିଲେ । ଛତିଶଗଡରେ ସରକାର ବଦଳିଥିଲେ ବି ଅବସ୍ଥା ସମାନ ରହିଛି ବୋଲି ଶାସକ ବିଜେଡି ପକ୍ଷରୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *