ୟୁପିରେ ରାସ୍ତା ବନ୍ଦ କରି ଧାର୍ମିକ କାର୍ଯ୍ୟକ୍ରମ ମନା

ନୂଆଦିଲ୍ଲୀ (ଏଜେନ୍ସି): ରାମନବମୀ ଓ ହନୁମାନ ଜୟନ୍ତୀରେ ଦେଶର ଅନେକ ରାଜ୍ୟରେ ହିଂସାକାଣ୍ଡ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏହା ଉତ୍ତର ପ୍ରଦେଶ ସରକାରଙ୍କୁ ଶଙ୍କାଗ୍ରସ୍ତ କରିଛି । ପୁନଶ୍ଚ ଅତୀକ ଓ ତା’ ଭାଇ ଏବଂ ପୁଅଙ୍କୁ ହତ୍ୟା କରାଯିବା ପରେ ଚାପା ଉତ୍ତେଜନା ଲାଗି ରହିଛି । ତେଣୁ ଇଦ ଓ ଅକ୍ଷୟତୃତୀୟା ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ ସରକାର । ନୂଆ ମାର୍ଗଦର୍ଶିକା ଜାରି କରି କୌଣସି ଧାର୍ମିକ କାର୍ଯ୍ୟକ୍ରମ ରାସ୍ତା ଓ ଟ୍ରାଫିକ ବନ୍ଦ କରି ଆୟୋଜନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି । ରାଜ୍ୟ ପ୍ରିନ୍ସିପାଲ ସଚିବ (ଗୃହ) ସଞ୍ଜୟ ପ୍ରସାଦ, ଡିଜିପି ଆର୍କେ ବିଶ୍ୱକର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ କରିଛନ୍ତି । ଏହାପରେ ମାର୍ଗଦର୍ଶିକା ଜାରି କରାଯାଇଛି । ଡିଜିପି କହିଛନ୍ତି ଯେ ଧାର୍ମିକ ପୀଠଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରକ୍ତ ଫୋର୍ସ ମୁତୟନ ହେବେ । ସଞ୍ଜୟ ପ୍ରସାଦ ଫିଲ୍ଡରେ କାମ କରୁଥିବା ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଓ ପ୍ରାର୍ଥନା ଧାର୍ଯ୍ୟ ସ୍ଥାନରେ ଯେପରି ହୋଇପାରିବ ୍ତାହା ନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଧାର୍ମିକ କିମ୍ବା ସାଧାରଣ ଶୋଭାଯାତ୍ରା ବିନା ଅନୁମତିରେ କରାଯାଇ ପାରିବ ନାହିଁ ବୋଲି ନିଦେ୍ର୍ଦଶ ଦିଆଯାଇଛି ।

 

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *