୪୪.୫ ଡିଗ୍ରୀରେ ସିଝିଲା ବାରିପଦା
ଭୁବନେଶ୍ୱର/ବାରିପଦା, ୧୯ା୪ (ବୁ୍ୟରୋ/ଆପ୍ର): ସମଗ୍ର ରାଜ୍ୟରେ ଗ୍ରୀଷ୍ମର ଲହରୀ ଜାରି ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୁଧବାର ରାଜ୍ୟର ୧୮ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ବୁଧବାର ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷର ସମସ୍ତ ରେକର୍ଡକୁ କାଟି ବାରିପଦା ସମଗ୍ର ବିଶ୍ୱର ପଞ୍ଚମ ଉତ୍ତପ୍ତ ସହର ହୋଇଛି । ତିନିଦିନ ହେଲା ତାତିର ପ୍ରକୋପ ଅତ୍ୟଧିକ ହେବାରୁ ରାସ୍ତାଘାଟ ଦିନ ବେଳେ ଶୂନ୍ଶାନ୍ ହୋଇପଡୁଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିଂ ଅନୁଯାୟୀ, ନୂଆପଡାରେ ୪୪.୪ ଡିଗ୍ରୀ, ବଲାଙ୍ଗିରରେ ୪୪, ବୌଦ୍ଧରେ ୪୩.୯, ତାଲଚେରରେ ୪୩.୮, ଅନୁଗୁଳରେ ୪୩.୭, ଝାରସୁଗୁଡାରେ ୪୩.୫, ରାଉରକେଲାରେ ୪୩.୩, ସମ୍ବଲପୁରରେ ୪୩.୨, ଟିଟିଲାଗଡରେ ୪୩.୧, ସୁନ୍ଦରଗଡରେ ୪୩, ସୋନପୁରରେ ୪୨.୫ , ଭୁବନେଶ୍ୱରରେ ୪୨.୫, ଭବାନୀପାଟଣାରେ୨.୫, ହୀରକୁଦରେ ୪୨.୪,କଟକରେ ୪୨.୨, ଢେଙ୍କାନାଳରେ ୪୨, ନୟାଗଡରେ ୪୨, ପାରଳାଖେମୁଣ୍ଡିରେ ୪୧.୮, କେନ୍ଦ୍ରାପଡାରେ ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଜଗତସିଂହପୁରରେ ୪୧.୫, ଦେବଗଡରେ ୪୧.୪, ଯାଜପୁରରେ ୪୧,କେନ୍ଦୁଝରରେ ୪୧, ଚାନ୍ଦବାଲିରେ ୪୦.୯, ମାଲକାନଗିରରେ ୪୦.୯, ବରଗଡରେ ୪୦.୬, ଖେର୍ଦ୍ଧା ଓ ରାୟଗଡାରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି ।