ରାଜ୍ୟ ସାରା ଅଗ୍ନିବର୍ଷା

ବାରିପଦା, ଝାରସୁଗୁଡ଼ା ଉତ୍ତପ୍ତ ସହର
ଭୁବନେଶ୍ୱରରେ ୪୨.୭ ଡିଗ୍ରୀ
ସ୍କୁଲ, ଅଙ୍ଗନୱାଡିÿ ଆଉ ୨ ଦିନ ବନ୍ଦ
୨୨ରୁ କାଳବୈଶାଖୀ ବର୍ଷା
ଭୁବନେଶ୍ୱର, ୧୮ା୪(ବୁ୍ୟରୋ): ପାଗର ମିଜାଜ୍ ଅତିଶୟ ଗରମ ହୋଇଉଠିଛି । ରାଜ୍ୟ ସାରା ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଅସହ୍ୟ ତାତି ଆହୁରି ଦୁଇଦିନ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓଡିଶା ସମେତ ଅନେକ ରାଜ୍ୟକୁ ହିଟ୍ ୱେଭ୍ ଆଲର୍ଟ ଜାରି କରିଛି । ମଙ୍ଗଳବାର ବାରିପଦା ଓ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱର ଓ କଟକର ପାରା ପ୍ରଥମ ଥର ପାଇଁ ୪୨ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱରରେ ତାପମାତ୍ରା ୪୨.୭ ଡିଗ୍ରୀ ହୋଇଥିବା ବେଳେ କଟକରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ୧୯ ଓ ୨୦ତାରିଖ ଦୁଇଦିନ ଧରି ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ପୂର୍ବରୁ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ହୋଇଥିଲା । ୧୭ ତାରିଖରୁ ସ୍କୁଲ ଖୋଲିବା ସହ ପାଠପଢ଼ା ସକାଳ ସାଢ଼େ ୬ଟାରୁ ୧୧ଟା ପର୍ଯ୍ୟନ୍ତ କରିବା ପାଇଁ ରାଜ୍ୟ ସରକାର ସଂଶାଧିତ ନିଦେ୍ର୍ଦଶନାମା ଜାରି କରିଥିଲେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍‌ ଅନୁସାରେ ବଲାଙ୍ଗିରରେ ୪୩.୭ ଡିଗ୍ରୀ, ବୌଦ୍ଧରେ ୪୩.୭, ନୂଆପଡ଼ାରେ ୪୩.୬, ଟିଟିଲାଗଡ଼ରେ ୪୩.୨, ସୋନପୁରରେ ୪୩.୨, ଅନୁଗୋଳରେ ୪୩.୧, ସମ୍ବଲପୁରରେ ୪୩, ସୁନ୍ଦରଗଡ଼ରେ ୪୩, ତାଳଚେରରେ ୪୨.୮, ଭବାନୀପାଟଣାରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨, ଯାଜପୁରରେ ୪୨, ହୀରାକୁଦରେ ୪୧.୬, ଜଗତସିଂହପୁରରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୪, ଚାନ୍ଦବାଲିରେ ୪୧.୩, ଦେବଗଡ଼ରେ ୪୧.୩, କେନ୍ଦ୍ରାପଡ଼ାରେ ୪୧.୨, କେନ୍ଦୁଝରରେ ୪୧.୨, ନୟାଗଡ଼ ଓ ଭଦ୍ରକରେ ୪୧, ମାଲକାନଗିରିରେ ୪୦.୨, ବରଗଡ଼ରେ ୪୦.୫ ଓ ଖୋର୍ଦ୍ଧାରେ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଛି ।
ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ଗ୍ରୀଷ୍ମ ପ୍ରକୋପ ବଢାଉଥିବାବେଳେ ବାୟୁମଣ୍ଡଳର ଉଚ୍ଚ ଆର୍ଦ୍ରତା ଗୁଳୁଗୁଳି ବଢାଉଛି । ୨୧ ତାରିଖ ପରଠୁ ପଶ୍ଚିମାଝଡ ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ଆସିପାରେ । ୨୨ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସମ୍ଭାବନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *