ଆଖିଫୁଟା ଗାଁରେ ଟ୍ରିପଲ୍ ମର୍ଡର

ବରଗଡ଼,୧୮ା୪(ଆପ୍ର): ବରଗଡ଼ ଜିଲା ଭେଡେନ୍ ଥାନା ଅଧୀନ ଆଖିଫୁଟା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ବନ୍ଦ ଘରୁ ୩ ଜଣଙ୍କ ଶବ ଜବତ ହୋଇଛି । ମୃତକମାନେ ହେଲେ ଟଙ୍କଧର ସାହୁ (୭୦) ତାଙ୍କ ପ୍ରଥମ ପତ୍ନୀ ଦ୍ରୌପଦୀ (୬୫) ଏବଂ ଦ୍ୱିତୀୟ ପତ୍ନୀ ମାଧବୀ (୫୦) । ୩ ଜଣଙ୍କ ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ ଘରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ବରଗଡ଼ ଏସ୍ଡିପିଓ ଅମ୍ରିତ କୁମାର ପଣ୍ଡା, ଭେଡେନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ର ପ୍ରମୁଖ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି । ୩ ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଛି । ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ଏହା ହତ୍ୟାକାଣ୍ଡ ବୋଲି ସନେ୍ଦହ କରାଯାଉଥିବା ବେଳେ କିଏ କାହିଁକି ହତ୍ୟା କରିଛି ସ୍ପଷ୍ଟ ହୋଇନାହିଁ । ଗାଁ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀଙ୍କର ଛୁଆପିଲା ନ ହେବାରୁ ଟଙ୍କଧର ଦ୍ୱିତୀୟ ବିବାହ କରିଥିଲେ । ସେମାନେ ସମସ୍ତେ ଏକାଠି ରହୁଥିଲେ । ତାଙ୍କ ପରିବାରରେ କଳିଝଗଡ଼ା ହେବାର କେହି କେବେ ଦେଖି ନାହାନ୍ତି । ମଙ୍ଗଳବାର ସକାଳୁ ଟଙ୍କଧରଙ୍କ ଘର ବନ୍ଦ ରହିଥିଲା । ତାଙ୍କର ପରିବାରର କୌଣସି ସଦସ୍ୟଙ୍କୁ ପଡ଼ୋଶୀମାନେ ବାହାରେ ଦେଖି ନଥିଲେ । ସନେ୍ଦହ ହେବାରୁ ଅପରାହ୍ଣରେ ପାଖପୋଡ଼ଶୀ ଆସି ଘରର କବାଟ ବାଡ଼େଇଥିଲେ । କିନ୍ତୁ କେହି ଖୋଲି ନଥିଲେ । ତେଣୁ ସେମାନଙ୍କର ସନେ୍ଦହ ହୋଇଥିଲା । ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପଛଦ୍ୱାର ଦେଇ ଘରେ ପଶି ଶବ ଜବତ କରିଛି । ଗାଁ ଲୋକଙ୍କୁ ପୁଲିସ୍ ପଚରାଉଚରା କରୁଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *