ଦିନକରେ ‘ଭୋଲା’ର କୋଟିଏ ଟଙ୍କା ବ୍ୟବସାୟ
ମୁମ୍ବାଇ (ଏଜେନ୍ସି): ଅଜୟ ଦେବଗନ ନିଦେ୍ର୍ଦଶିତ ବଲିଉଡ୍ ଫିଲ୍ମ ଭୋଲା ରିଲିଜ୍ ହେବାର ୧୯ ଦିନ ବିତିଛି । ପ୍ରାୟ ପ୍ରତ୍ୟେକ ଦିନ ଏହା ବିପୁଳ ଆୟ କରୁଥିବାବେଳେ କେବଳ ସୋମବାର କୋଟିଏ ଟଙ୍କାର ଊଦ୍ଧ୍ୱର୍ ବ୍ୟବସାୟ କରିଥିବା ବିତରଣ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ତାମିଲ ଫିଲ୍ମ କୈଥିର ରିମେକ୍ ତଥା ଆକ୍ସନ୍ ଫିଲ୍ମ ଭୋଲା ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଛି । ଏଥିରେ ଅଜୟ ଦେବଗନ, ତବୁ, ଦୀପକ ଡୋବ୍ରିୟାଲ ପ୍ରମୁଖ ଅଭିନୟ କରିଛନ୍ତି । ରିଲିଜ୍ର ୮ଦିନ ଭିତରେ ଉକ୍ତ ଫିଲ୍ମ ୫୨.୯୭ କୋଟି ଟଙ୍କା ବ୍ୟବସାୟ କରିଥିବା ଜଣାପଡିଛି । ଚଳିତ ମାସ ୨୧ ତାରିଖରେ ‘କିସି କା ଭାଇ କିସି କି ଜାନ୍’ ରିଲିଜ୍ ହେବ । ହେଲେ ଭୋଲାର ଲୋକପ୍ରିୟତା ବଢୁଥିବାରୁ ଏହାର ଆୟ ବିଶେଷ କିଛି ପ୍ରଭାବିତ ହେବ ନାହିଁ ବୋଲି ସମାଲୋଚକମାନେ ଆଶାବ୍ୟକ୍ତ କରିଛନ୍ତି ।