ସମ୍ବଲପୁରରେ କର୍ଫୁ୍ୟ କୋହଳ

ଭୁବନେଶ୍ୱର,୧୭ା୪ (ବୁ୍ୟରୋ): ସମ୍ବଲପୁରରେ ସୋମବାରଠାରୁ କୋହଳ ହୋଇଛି କର୍ଫୁ୍ୟ । ସହର ସ୍ଥିତିରେ ସୁଧାର ଆସୁଥିବା ଦେଖି କର୍ଫୁ୍ୟ କଟକଣାକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳେ ଏବଂ ଅପରାହ୍ଣରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା, ତା’ର ଅବଧିକୁ ଆହୁରି ବଢେଇ ଦିଆଯାଇଛି । ସକାଳ ସାଢେ ୭ରୁ ସାଢେ ୧୧ ଏବଂ ଅପରାହ୍ଣରେ ସାଢେ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫୁ୍ୟ କୋହଳ କରାଯାଇଛି । ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରାଯିବା ଫଳରେ ଏହି ସଂଖ୍ୟା ୮୫କୁ ବୃଦ୍ଧି ପାଇଛି । ୧୪ ତାରିଖ ଦିନ ଦୋକାନ ଭଙ୍ଗାରୁଜା ଓ ହିଂସାକାଣ୍ଡରେ ସମ୍ପୃକ୍ତ ୫୩ ଜଣଙ୍କୁ ଗିରଫ କରାଯାଇଥିଲା । ହିଂସାକାଣ୍ଡ ସମୟର ସିସିଟିଭି ଫୁଟେଜକୁ ନେଇ ଛାନଭିନ ଚଳାଇଛି ସମ୍ବଲପୁର ପୁଲିସ । ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ପୁଲିସ୍ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ । ଏଥିରେ ଅତିରିକ୍ତ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମ·ରୀ ଆହତ ହୋଇଥିଲେ । ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗି ରହିଥିଲା । ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ । ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *