ନନ୍ଦିନୀ ଫେମିନା ମିସ୍ ଇ୍ଣ୍ଡିଆ
ଇମ୍ପାଲ (ଏଜେନ୍ସି): ରାଜସ୍ଥାନ ସିୁନ୍ଦରୀ ନନ୍ଦିନୀ ଗପ୍ତା ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ-୨୦୨୩ ଟାଇଟଲ୍ ହାସଲ କରିଛନ୍ତି । ଦିଲ୍ଲୀର ଶ୍ରେୟା ପୋଞ୍ଜା ପ୍ରଥମ ରନର୍ସ ଅପ୍ ଓ ମଣିପୁରର ଥୋନାଓଜାମ୍ ଷ୍ଟ୍ରେଲା ଲୁଆଙ୍ଗ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ।
ମଣିପୁର ରାଜଧାନୀ ଇମ୍ପାଲ ସ୍ଥିତ ଖୁମାନ ଲାମ୍ପକ୍ ଇନ୍ଡୋର୍ ଷ୍ଟାଡିୟମ୍ରେ ୫୯ ତମ ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ୍ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲ୍ ଅନୁଷ୍ଠିତ ହୋଇଥିଲା । ୩୦ ରାଜ୍ୟର ବଛାବଛା ସୁନ୍ଦରୀମାନଙ୍କୁ ପଛରେ ପକାଇ କୋଟାର ୧୯ ବର୍ଷିଆ ନନ୍ଦିନୀ ଟାଇଟଲ୍ ହାସଲ କରିଥିଲେ । ଫେମିନା ମିସ୍ ଇଣ୍ଡିଅ । ତାଙ୍କୁ ପୂର୍ବତନ ମିସ୍ ଇଣ୍ଡିଆ ତଥା ୨୦୨୨ର ଫେମିନା ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଗତ ସନ୍ଧ୍ୟାରେ ଆୟୋଜିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଜୁରିଭାବେ ପୂର୍ବତନ ମିସ୍ ୟୁୁନିଭର୍ସ ନେହା ଧୁପିଆ, ବକ୍ସିଂ ଆଇକନ୍ ଏଲ୍ ସରୀତା ଦେବୀ, ଜଣାଶୁଣା ଲେଖକ ତଥା ଫିଲ୍ମ ପ୍ରଯୋଜକ ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ, ଡିଜାଇନର୍ ରକି ଷ୍ଟାର ଓ ନର୍ମତା ଜୋସିପୁରା ଯୋଗଦେଇଥିଲେ । ପ୍ରତିଯୋଗୀମାନେ ବେଶ୍ ଆତ୍ମବିଶ୍ୱାସର ସହିତ ଜୁରିମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ ।