ସମଲିଙ୍ଗୀ ବିବାହ ସହରୀ ଅଭିଜାତ ମାନସିକତା
ନୂଆଦିଲ୍ଲୀ (ଏଜେନ୍ସି): ସମଲିଙ୍ଗି ବିବାହ ଏକ ସହରୀ ଅଭିଜାତର ପ୍ରତିଫଳନ । ଏହାକୁ ସ୍ୱୀକୃତି ପ୍ରଦାନ ବ୍ୟବସ୍ଥାପିକାରର କାମ । କୋର୍ଟ ଏଥିରୁ ନିବୃତ୍ତ ରହିବା ଉଚିତ ବୋଲି ସମଲିଙ୍ଗି ବିବାହକୁ ସମ୍ମତ୍ତି ପ୍ରଦାନ ଲାଗି ଦାଏର ପିଟିସନ୍ ଉପରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍କେ କଉଲ, ଜଷ୍ଟିସ ଏସ୍ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ୍ ପିଏସ୍ ନରସିଂହା ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ନ୍ୟାୟ ପୀଠରେ ପିଟିସନଗୁଡ଼ିକର ଶୁଣାଣି ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ।
ସମଲିଙ୍ଗୀ ବିବାହକୁ ଆଇଗତ ମାନ୍ରତା ପ୍ରଦାନ ଲାଗି ଦାବି କରାଯିବା ଉଦେ୍ଦଶ୍ୟରେ ଦାଏର ପିଟିସନ୍ଗୁଡ଼ିକର ଶୁଣାଣି ପାଇଁ ଗ୍ରହଣ କରାଯାଇଥିବାରୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି ।
ରବିବାର ସରକାର ଦାଖଲ କରିଥିବା ସଦ୍ୟତମ ସତ୍ୟପାଠରେ କହିଛନ୍ତି ଯେ ନୂଆ ସାମାଜିକ ବ୍ୟବସ୍ଥା ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ । ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତ ଆଇନର ପୁନର୍ଲିଖନ କରିପାରିବେ ନାହିଁ । ପିଟିସନ୍ଗୁଡ଼ିକ ନଗରାଞ୍ଚଳ ଆଭିଜାତ୍ୟ ବର୍ଗର ମତାମତ ପ୍ରତିଫଳନ କରୁଛି । ଏହାକୁ ଆଇନସିଦ୍ଧ କରିବାକୁ ହେଲେ ଗ୍ରାମୀଣ, ଅର୍ଦ୍ଧ-ଗ୍ରାମୀଣ ଓ ନଗରାଞ୍ଚଳ ଜନସାଧାରଣଙ୍କ ସାମଗ୍ରିକ ଦୃଷ୍ଟିଭଙ୍ଗୀ ଓ ମତାମତ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏହାଛଡ଼ା, ବିବାହ କ୍ଷେତ୍ରରେ ଥିବା ଧାର୍ମିକ ବିଶ୍ୱାସ, ବ୍ୟକ୍ତିଗତ ରୀତିନୀତି ଓ ଅନ୍ୟାନ୍ୟ ଅପରିହାର୍ଯ୍ୟ ଦିଗକୁ ମଧ୍ୟ ବି·ରକୁ ନେବାକୁ ହେବ । ବିବାହ ଏକ ସାମାଜିକ ନ୍ୟାୟିକ ଅନୁଷ୍ଠାନ । ଏହା ଆଇନଗତ ପବିତ୍ରତା ସହିତ ସ୍ୱୀକୃତ ଓ ପ୍ରତିଷ୍ଠିତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୩ ତାରିଖରେ ପ୍ରଧାନ ବି·ରପତିଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟିକ ପୀଠ ଉକ୍ତ ମାମଲାକୁ ବୃହତ୍ତର ପୀଠକୁ ପଠାଇଥିଲେ । ଜାନୁଆର ୬ରେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ କେନ୍ଦ୍ରକୁ ନୋଟିସ୍ ଜାରି କରିଥିଲେ । ଏହାସହିତ ବିଭିନ୍ନ ହାଇକୋର୍ଟରେ ଦାଏର ଏ ସଂକ୍ରାନ୍ତ ଯାଚିକାଗୁଡ଼ିକ ଏକ ସମୟରେ ଶୁଣାଣି ଲାଗି ନିଜ ଅଧୀନକୁ ଆଣିଥିଲେ ।