ଧୋନି ଆଇପିଏଲ୍ ଇତିହାସର ଶ୍ରେଷ୍ଠ ଅଧିନାୟକ: ଗାଭାସ୍କର

ନୂଆଦିଲ୍ଲୀ,୧୭ା୪ (ଏଜେନ୍ସି): ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଅଧିନାୟକ । ଭାରତୀୟ ଦଳର ପୂର୍ବତନ ଷ୍ଟାର କ୍ରିକେଟର୍ ସୁନୀଲ ଗାଭାସ୍କର କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମ୍ଏସ୍ ଧୋନିଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ଧୋନିଙ୍କୁ ଆଇପିଏଲ୍ ଇତିହାସର ଶ୍ରେଷ୍ଠ ଅଧିନାୟକ କହିବା ସହ ତାଙ୍କ ଭଳି ଅଧିନାୟକ ଏବେ ଯାଏଁ ଆସିନାହାନ୍ତି କି ଭବିଷ୍ୟତରେ ମଧ୍ୟ ତାଙ୍କ ଭଳି ଅଧିନାୟକ ଆସିବେ ନାହିଁ ବୋଲି କହିଛନ୍ତି ।
ତାଙ୍କ କହିବା ଅନୁସାରେ, ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍କେ) କଠିନ ପରିସ୍ଥିତିରୁ କିପରି ବାହାରିବାକୁ ହୁଏ ତାହା ଜାଣିଛି । କେବଳ ଏମ୍ଏସ୍ ଧୋନିଙ୍କ ଅଧିନାୟକତ୍ୱରେ ଏହା ସମ୍ଭବ ହୋଇଛି । ୨୦୦ଟି ମ୍ୟାଚ୍ ପାଇଁ ଅଧିନାୟକ ହେବା ଅତ୍ୟନ୍ତ କଷ୍ଟକର । ଏତେ ମ୍ୟାଚ୍ର ଅଧିନାୟକ ରହିବା ସହଜ ନୁହେଁ ଏବଂ ଏହା କ୍ରିକେଟ୍ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଇପାରେ । କିନ୍ତୁ ଧୋନି ସମ୍ପୂର୍ଣ୍ଣ ଭିନ୍ନ । ତାଙ୍କ ପରି କୌଣସି ଅଧିନାୟକ ନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ଭଳି କେହି ଆସିବେ ନାହିଁ ବୋଲି ମୁଁ ଭାବୁଛି ।
ତେବେ ଧୋନି ଅଧିନାୟକ ଭାବରେ ୨୦୦ଟି ମ୍ୟାଚ୍ ଖେଳିବା ସହ ଆଇପିଏଲ୍ ଆରମ୍ଭରୁ ସିଏସ୍କେର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛନ୍ତି । ୨୦୧୬ ଏବଂ ୨୦୧୭ରେ ଚେନ୍ନାଇ ଉପରେ ପ୍ରତିବନ୍ଧକ ଲାଗିବା ପରେ ଧୋନିଙ୍କୁ ଏକ ଭିନ୍ନ ଦଳ ସହିତ ଖେଳିବାକୁ ପଡ଼ିଥିଲା । ସେ ୨୦୧୬ ସିଜନ୍ରେ ୧୪ଟି ମ୍ୟାଚ ପାଇଁ ରାଇଜିଂ ପୁଣେ ସୁପର୍ ଜାଏଣ୍ଟର ନେତୃତ୍ୱ ନେଇଥିଲେ ଏବଂ ଅଧିନାୟକ ଭାବରେ ତାଙ୍କର ମୋଟ ମ୍ୟାଚ୍ ୨୧୪ ହୋଇଥିଲା । ଦେଖିବାକୁ ଗଲେ ଧୋନିଙ୍କ ସିଏସ୍କେ ୪ଥର ଆଇପିଏଲ୍ ଟାଇଟଲ୍ ଜିତିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *