ଖାଦ୍ୟ ଯୋଗାଣ ବିଭାଗକୁ ଅନ୍ତର୍ଜାତୀୟ ପୁରସ୍କାର
ରିଅଲ୍ ଟାଇମ୍ ସାଟେଲାଇଟ୍ ଇମେଜ୍ ବ୍ୟବସ୍ଥାକୁ ସ୍ୱୀକୃତି
ଭୁବନେଶ୍ୱର, ୧୬ା୪(ବୁ୍ୟରୋ): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଅନ୍ତର୍ଜାତୀୟ ଗ୍ଲୋବାଲ୍ ପ୍ଲାନେଟ୍ ପର୍ପସ ଆୱାର୍ଡ, ଡ୍ରାଇଭ୍ ଫର୍ ରିଜଲ୍ଟ ପୁରସ୍କାର ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ଡିସି ଠାରେ ଆୟୋଜିତ ଏକ୍ସପ୍ଲୋର୍ ୨୦୨୩-ଟ୍ରାନ୍ସପରେନ୍ସି ଟୁ ଆକ୍ସନ୍ ସମ୍ମିଳନୀରେ ରାଜ୍ୟକୁ ଏହି ସମ୍ମାନ ମିଳିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଭି.ଭି. ୟାଦବ ସମ୍ମିଳନୀରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ସମ୍ମାନ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ୍ ଯୋଗେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି । ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଓଡିଶା ଆଜି ଗର୍ବିତ । ·ଷୀ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ପ୍ରଯୁକ୍ତି ବିଦ୍ୟାଯୁକ୍ତ ସରକାରୀ ବ୍ୟବସ୍ଥା କରିଛନ୍ତି । ରିଅଲ୍ ଟାଇମ୍ ସାଟେଲାଇଟ୍ ଇମେଜ୍କୁ ବ୍ୟବହାର କରି ଚାଷୀ ଚାଷ ସଂପର୍କିତ ସୂଚନା ପାଉଛନ୍ତି । ଫଳରେ ପାରଦର୍ଶିତା ରକ୍ଷା କରି ·ଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ କରିବା ସମ୍ଭବପର ହୋଇପାରିଛି । ୫-ଟି ଉପକ୍ରମରେ ଧାନ ସଂଗ୍ରହ ବ୍ୟବସ୍ଥା ସୁଦୃଢ ହୋଇ ପାରିଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ·ଷୀଙ୍କ ସହଯୋଗ ବୃଦ୍ଧି ପାଇଛି । ବିଭାଗ ତରଫରୁ କୁହାଯାଇଛି ଯେ ରିଅଲ୍ ଟାଇମ୍ ସାଟେଲାଇଟ୍ ଇମେଜକୁ ବ୍ୟବହାର କରାଯାଇ ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇ ପାରିଛି । ଓଡିଶା ସ୍ପେସ୍ ଆପ୍ଲିକେସନ୍ କେନ୍ଦ୍ର ସହାୟତାରେ ଏହି ଅଟୋମେସନ୍ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି । ଏହି ଆନ୍ତର୍ଜାତୀୟ ପୁରସ୍କାର ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗକୁ ଶୁଭେଚ୍ଛା ଜଣାବା ସହ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ପ୍ରକୃତ ·ଷୀମାନଙ୍କୁ ଚିହ୍ନଟ କରିବା ସହଜ ହୋଇ ପାରିଛି । ଫଳରେ ସରକାର ଧାନ ସଂଗ୍ରହକୁ ନେଇ ରଖିଥିବା ଲକ୍ଷ୍ୟ ପୁରଣ ହେବା ସହ ·ଷୀମାନେ ସଠିକ ମୂଲ୍ୟ ପାଇ ପାରୁଛନ୍ତି ।