ଶେଷ ଓଭର୍ରେ ଜିତିଲା ରାଜସ୍ଥାନ

ଅହମଦାବାଦ, ୧୬ା୪ (ଏଜେନ୍ସି): ଅଧିନାୟକ ସଞ୍ଜୁ ସାମ୍ସନ୍ ଓ ଶିମରନ୍ ହେଟ୍ମାୟରଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ର ୨୩ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୩ ୱିକେଟ୍ରେ ପରାସ୍ତ କରିଛି । ଟିମ୍ ଚାରି ବଲ୍ ବାକି ଥାଇ ମ୍ୟାଚ୍ ଜିତିଛି ।
ପ୍ର୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଡେଭିଡ୍ ମିଲର୍ ୩୦ ବଲ୍ରୁ ୪୬, ଶୁଭମନ ଗିଲ୍ ୩୪ ବଲ୍ରୁ ୪୫, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୮, ଅଭିନବ ମନୋହର ୨୭, ସାଇ ସୁଦର୍ଶନ ୨୦ ରନ୍ର ଇନିଂସ୍ ଖେଳିଥିଲେ । ବିପକ୍ଷ ବୋଲର୍ ସନ୍ଦୀପ ଶର୍ମା ୨ ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଆଦାମ୍ ଜମ୍ପା ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ଜବାବରେ ରାଜସ୍ଥାନ ଟିମ୍ ୧୯.୨ ଓଭର୍ରେ ୭ ୱିକେଟ୍ ହରାଇ ୧୭୯ ରନ୍ କରି ବିଜୟୀ ହୋଇଥିଲା । ଟିମ୍ ପକ୍ଷରୁ ସାମ୍ସନ୍ ୩୨ ବଲ୍ରୁ ୩ ଚୌକା ଓ ୬ ଛକା ସହାୟତାରେ ୬୦ ଏବଂ ହେଟମାୟର ୨୬ ବଲ୍ରୁ ୨ ଚୌକା ଓ ୫ ଛକା ସହାୟତାରେ ୫୬ ରନ୍ କରିଥିଲେ । ଏହାଛଡ଼ା ଦେବଦତ୍ତ ପଡ୍ଡିକଲ ୨୬, ଧ୍ରୁବ ଜୁରେଲ ୧୮ ରନ୍ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *