ସମ୍ବଲପୁର ସୀମା ସିଲ୍

କର୍ଫୁ୍ୟ ବଳବତ୍ତର, ପରୀକ୍ଷାର୍ଥୀଙ୍କ ପାଇଁ କୋହଳ
୧୭ ପର୍ଯ୍ୟନ୍ତ ନେଟ୍ ବନ୍ଦ, ହେଲ୍ପଲାଇନ୍ ଜାରି
ଗିରଫ ସଂଖ୍ୟା ୪୯କୁ ବୃଦ୍ଧି
୨ ଦିନ ମଧ୍ୟରେ ସ୍ଥିତି ସ୍ୱଭାବିକ ହେବ: ଡିଜି
ଭୁବନେଶ୍ୱର, ୧୫ା୪(ବୁ୍ୟରୋ): ସମ୍ବଲପୁର ସ୍ଥିତି ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ହେବ । ବର୍ତ୍ତମାନ ସମ୍ବଲପୁରରେ କର୍ଫୁ୍ୟ ବଳବତ୍ତର ରହିଥିବା ସତ୍ତ୍ୱେ ରବିବାର ହେବାକୁ ଥିବା ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ୧୭ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ସମ୍ବଲପୁରର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ସହରର ଛଅଟି ସ୍ଥାନରେ ଶୁକ୍ରବାର ରାତି ୧୨ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫୁ୍ୟ ବଳବତ୍ତର ରହିଛି । ରବିବାର କେତେକ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ପରୀକ୍ଷା ସମୟରେ କର୍ଫୁ୍ୟ କୋହଳ କରାଯିବ । ପରୀକ୍ଷା ଦେବାକୁ ଯିବା ଓ ଫେରିବା ବେଳେ ପିଲାଙ୍କର ଯେପରି ଅସୁବିଧା ନ ହେବ ସେଥିଲାଗି ଏଭଳି ବ୍ୟବସ୍ଥା ହୋଇଛି । ଆବଶ୍ୟକ ପଡିଲେ ସୁରକ୍ଷା ବନେ୍ଦାବସ୍ତ ବଢାଇବା ନିମନ୍ତେ ଅଧିକ ଫୋର୍ସ ମୁତୟନ କରାଯିବ । ସହରରେ ଶାନ୍ତି ଫେରାଇ ଆଣିବା ଲାଗି ସମସ୍ତଙ୍କ ସହଯୋଗ ଲୋଡାଯାଇଛି ।
ଶନିବାର ପୁଲିସ ଡିଜି ସମ୍ବଲପୁର ଗ୍ରାଉଣ୍ଡ ଜିରୋ ଗସ୍ତ କରିଥିଲେ । ସମ୍ବଲପୁରରେ ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିବା ପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଶ୍ରୀ ବଂଶଲ କହିଥିଲେ, ଆହୁରି ଦୁଇ ଦିନ ଇଣ୍ଟର ନେଟ୍ ସେବା ବନ୍ଦ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ନିଦେ୍ର୍ଦଶନାମା ଜାରି ହୋଇଛି । ସମ୍ବଲପୁରର ସୀମାକୁ ସିଲ୍ କରିଦିଆଯାଇ ଥିବା ବେଳେ ହିଂସାକାଣ୍ଡରେ ଜଡିତ ଆଉ ୧୭ ଜଣଙ୍କୁ ଗିରଫ କରାଯାଇଛି । ଫଳରେ ଗିରଫ ବ୍ୟକ୍ତି ସଂଖ୍ୟା ୪୯କୁ ବୃଦ୍ଧି ପାଇଛି । ଆଗକୁ ଏହି ସଂଖ୍ୟା ଆହୁରି ବଢିବ । ଏହା ସହିତ ସହରର ଛଅଟି ସ୍ଥାନରେ କର୍ଫୁ୍ୟ ବଳବତ୍ତର ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କର୍ଫୁ୍ୟ ଜାରି କରାଯାଇଛି । ସକାଳ ୮ଟାରୁ ୧୦ଟା ଏବଂ ଅପରାହ୍ନ ସାଢ଼େ ୩ ଟାରୁ ସାଢେ ୫ ଟା ପର୍ଯ୍ୟନ୍ତ କର୍ଫୁ୍ୟ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ଅତ୍ୟାବଶକ ସାମଗ୍ରୀ କିଣି ପାରିବେ । ସେହିପରି ମେଡିକାଲ ସେବା ପାଇଁ ପ୍ରଶାସନ ପକ୍ଷରୁ ହେଲ୍ପଲାଇନ୍ ଜାରି କରାଯାଇଛି । ଜିଲ୍ଲାପାଳ ଅନନ୍ୟା ଦାସ ଗୁଜବ ପ୍ର·ର ନ କରିବା ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି, ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଯଦି କୌଣସି ଗୁଜବ ଶୁଣୁଛନ୍ତି ତୁରନ୍ତ ଥାନାରେ ଜଣାନ୍ତୁ । ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ସହରରେ ୪୩ ପ୍ଲାଟୁନ ପୁଲିସ ଫୋର୍ସ ମୁୟତନ କରାଯାଇଛି ।
ପ୍ରକାଶ ଥାଉ କି, ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ୍ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ପୁଲିସ୍ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ । ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସି ସମେତ ୧୦ଜଣ ପୁଲିସ କର୍ମ·ରୀ ଆହତ ହୋଇଥିଲେ । ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇ ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଲା । ବହୁ ପୁଲିସ୍ ଫୋର୍ସ ମୁତୟନ ସତ୍ତ୍ୱେ ଗତ ୨ ଦିନ ହେବ ସହରର ବହୁ ଦୋକାନ ବଜାର ପୋଡ଼ା ଜଳା ଘଟଣା ସାମନାକୁ ଆସିଛି । ଶୁକ୍ରବାର ରାତିରେ କଡ଼ା ସୁରକ୍ଷା ବଳୟରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ସମୟରେ ବହୁ ସଂଖ୍ୟାରେ ପୁଲିସ୍ ମୁତୟନ ଥିବା ସତ୍ତ୍ୱେ ଦୋକାନ ପୋଡ଼ାଜଳା କରାଯିବା ସହ ହିଂସାତ୍ମକ ଘଟଣା ଘଟିଥିଲା । ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ଶୁକ୍ରବାର ରାତି ୧୨ଟାରୁ ସହରରର ୬ଟି ଥାନା ଅଞ୍ଚଳରେ କର୍ଫୁ୍ୟ ଲାଗୁ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *