ଜାପାନ ପ୍ରଧାନମନ୍ତ୍ରୀଙ୍କୁ ପାଇପ୍ ବୋମାରେ ଆକ୍ରମଣ

ଟୋକିଓ, ୧୫ା୪: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରାଯିବାର ବର୍ଷେ ନ ପୂରୁଣୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଉପରେ ଶନିବାର ଆକ୍ରମଣ ହୋଇଛି । କିଶିଦା ୱାକାୟାମା ପ୍ରଦେଶ ଗସ୍ତରେ ଯାଇ ଏକ ସଭାରେ ଭାଷଣ ଆରମ୍ଭ କରୁଥିବାବେଳେ ତାଙ୍କ ଉପରକୁ ପାଇପ୍ ବୋମା ଫିଙ୍ଗା ଯାଇଥିଲା । ପ୍ରଚଣ୍ଡ ବିସ୍ଫୋରଣ ହେବାମାତ୍ରେ ସୁରକ୍ଷା କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କୁ ସଭାସ୍ଥଳରୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ବୋମା ଫିଙ୍ଗିଥିବା ବ୍ୟକ୍ତିକୁ ଅବିଳମ୍ବେ କାବୁ କରି ନିଆଯିବା ସହ ସଭାସ୍ଥଳରୁ ଲୋକଙ୍କୁ ହଟାଇ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗତବର୍ଷ ସଭାସ୍ଥଳରେ ଗୁଳିକରି ହତ୍ୟା କରାଯାଇଥିଲା । ତା ପରଠାରୁ ଦେଶର ଅଧିକାଂଶ ରାଜନେତାଙ୍କ ପାଇଁ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *