କୋଲକାତାକୁ ହରାଇଲା ହାଇଦରାବାଦ

ଆଇପିଏଲ୍-୧୬ । ୧୯ତମ ମ୍ୟାଚ୍
କୋଲକାତା, ୧୪ା୪ (ଏଜେନ୍ସି): ହାରୀ ବ୍ରୁକ୍ଙ୍କ ସିଜନ୍ର ପ୍ରଥମ ଶତକ ସହାୟତାରେ ସନ୍ରାଇଜର୍ସ ହାଇଦରାବାଦ ଚଳିତ ଆଇପିଏଲ୍ ସିଜନ୍ର ୧୯ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୨୩ ରନ୍ରେ ପରାସ୍ତ କରିଛି ।
୨୨୯ ରନ୍ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା କୋଲକାତା ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୨୦୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୦ ରନ୍ରେ ୩ ୱିକେଟ୍ ହରାଇଥିଲା । ରହମାନୁଲ୍ଲା ଗୁର୍ବାଜ ଖାତା ଖୋଲି ନ ପାରି ଭୁବନେଶ୍ୱର କୁମାରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଭେଙ୍କଟେଶ ଆୟର (୧୦) ଓ ସୁନୀଲ ନରେନ୍ (୦)ଙ୍କୁ ପାଭିଲିଅନ୍ ପଠାଇଥିଲେ ମାର୍କୋ ଜାନ୍ସେନ୍ ।
ଏହାପରେ ଅନ୍ୟତମ ଓପନର୍ ନାରାୟନ୍ ଜଗଦୀଶନ୍ ଓ ଅଧିନାୟକ ନୀତୀଶ ରାଣା ମିଶି ଇନିଂସ୍ ସମ୍ଭାଳିଥିଲେ । ତୃତୀୟ ୱିକେଟ୍ ପାଇଁ ୬୨ ରନ୍ର ଭାଗୀଦାରୀ ହୋଇଥିଲା । ଜଗଦୀଶନ୍ ୩୬ ରନ୍ କରି ମୟଙ୍କ ମାର୍କଣ୍ଡେୟଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଆନେ୍ଦ୍ର ରସେଲ୍ ମାତ୍ର ୩ ରନ୍ କରି ମାର୍କଣ୍ଡେୟଙ୍କ ଆଉ ଏକ ଶିକାର ହୋଇଥିଲେ । ୯୬ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା ।
ଏହାପରେ ନୀତୀଶ ନୂଆ ବ୍ୟାଟର୍ ରିଙ୍କୁ ସିଂହଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଇତ୍ୟବସରେ ନୀତୀଶ ୧୬ତମ ଅର୍ଦ୍ଧଶତକ ଲଗାଇଥିଲେ ।
ନୀତୀଶ ୪୧ ବଲ୍ରୁ ୭୫ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୬ ଚୌକା ରହିଥିଲା । ଟି. ନଟରାଜନ୍ ତାଙ୍କ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା । ଚଳିତ ସିଜନ୍ରେ ଏହା ସବୁଠାରୁ ବଡ଼ ସ୍କୋର୍ ଥିଲା । ଇଂଲିଶ୍ ବ୍ୟାଟର୍ ବ୍ରୁକ୍ ମଧ୍ୟ ସିଜନ୍ର ପ୍ରଥମ ଶତକ ହାସଲ କରିଥିଲେ । ସେ ୫୫ ବଲ୍ରୁ ୧୦୦ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଅଧିନାୟକ ଏଡେନ୍ ମାର୍କରମ (୫୦) ଚତୁର୍ଥ ଅର୍ଦ୍ଧଶତକ ଲଗାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୩୨ ଓ ହେନରିକ୍ କ୍ଲାସେନ୍ ଅପରାଜିତ ୧୬ ରନ୍ କରିଥିଲେ ।
ବ୍ରୁକ୍ ୩୨ ବଲ୍ରୁ ପ୍ରଥମେ ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ଏହାକୁ ଶତକରେ ରୂପାନ୍ତରିତ କରିଥିଲେ । ସେ ମାର୍କରମଙ୍କ ସହିତ ୪୭ ବଲ୍ରୁ ୭୨ ରନ୍ର ଭାଗୀଦାରୀ କରିଥିଲେ ।
ପାୱାରପ୍ଲେରେ ହାଇଦରାବାଦ ଟିମ୍ ୨ ୱିକେଟ୍ ହରାଇ ୬୭ ରନ୍ କରିଥିଲା । ପଞ୍ଚମ ଓଭର୍ର ପ୍ରଥମ ବଲ୍ରେ ଆନେ୍ଦ୍ର ରସେଲ୍, ମୟଙ୍କ ଅଗ୍ରୱାଲ୍ (୯)ଙ୍କୁ ବରୁଣ ଚକ୍ରବର୍ତ୍ତୀଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ରାହୁଲ ତ୍ରିପାଠୀ (୯) ମଧ୍ୟ ତାଙ୍କ ଶିକାର ହୋଇଥିଲେ । ଶାର୍ଦ୍ଦୂଳ ଠାକୁର ୧୨ ରନ୍ କରି ଉମରାନ୍ ମଲିକଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରିଙ୍କୁ ସିଂହ ୩୧ ବଲ୍ରୁ ୫୮ ଓ ଉମେଶ ଯାଦବ ୧ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *