୨ଠ୨୫ ପୂର୍ବରୁ ମମତାଙ୍କ ସରକାର ଭୁଶୁଡ଼ିବ
୩୫ ଆସନ ଦିଅ, ରାମନବମୀ ରାଲିକୁ ଶୃଙ୍ଖଳାର ସହ କରିବୁ
ବୀରଭୂମ(ଏଜେନ୍ସି): ୨୦୨୪ଲୋକସଭା ନିର୍ବାଚନରେ ଆମକୁ ୩୫ ସଂସଦୀୟ ଆସନ ଦିଅନ୍ତୁ ଏବଂ ଆମେ ଶାନ୍ତି ଦେବୁ । ଯଦ୍ୱାରା ଶାନ୍ତିପୂର୍ଣ୍ଣ ଭାବରେ ରାମ ନବମୀ ଶୋଭାଯାତ୍ରା ଆୟୋଜନ କରାଯାଇପାରିବ । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାାଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ କରି ଏହା କହିଛନ୍ତି ।
ବୀରଭୂମରେ ବିଜେପି ଦ୍ୱାରା ଆୟୋଜିତ ହୋଇଥିବା ଜନ ସମ୍ପର୍କ ସମାବେଶରେ ସେ ରାମନବମୀ ଶୋଭାଯାତ୍ରାରେ ଘଟିଥିବା ହିଂସାକାଣ୍ଡ ସଂପର୍କରେ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗରେ ରାମ ନବମୀ ଶୋଭାଯାତ୍ରା କରାଯାଇପାରିବ ନାହିଁ କି? ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକଭ୍କ ଉପରେ କ’ଣ ଆକ୍ରମଣ ହେବ । ଏସବୁ ଆଇନ ଶୃଙ୍ଖଳତା ରକ୍ଷାରେ ମମତା ବାନାର୍ଜୀଙ୍କ ସରକାରର ବିଫଳତା ଯୋଗୁ ଘଟିଲା । ପଶ୍ଚିମବଙ୍ଗକୁ ଆତଙ୍କମୁକ୍ତ , ଅପରାଧମୁକ୍ତ ଓ ଅନୁପ୍ରବେଶମୁକ୍ତ କରିବାକୁ ହେଲେ ବିଜେପିକୁ କ୍ଷମତାସୀନ କରିବାକୁ ହେବ ।
୨୦୨୪ରେ ବିଜେପିକୁ ୩୫ ଆସନ ଦିଅ, ଏହା ପରେ ୨୦୨୫ରେ ହେବାକୁ ଥିବ ପଶ୍ଚିମବଙ୍ଗ ବିଧାନସଭା ମତଦାନର ଆବଶ୍ୟକତା ରହିବ ନାହିଁ । ୨୦୨୫ ପୂର୍ବରୁ ମମତାଙ୍କ ସରକାର ପତ୍ତନ ଘଟିବ ବୋଲି ଶାହ ଦମ୍ଭୋକ୍ତି କରିଛନ୍ତି ।
ସୂଚନାଯୋଗ୍ୟ ଆସନ୍ତା ମାସରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବ । ଏହାପୂର୍ବରୁ ସାଂଗଠନିକ ଶକ୍ତି ଅନୁଧ୍ୟାନ ଲାଗି ଶାହ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେପି ବିଜୟ ହାସଲ ଲାଗି ଲକ୍ଷ୍ୟ ରଖିଛି ।