ଡିଏମ୍କେ ଫାଇଲ୍ସ ଜାରି କଲା ବିଜେପି

ଚେନ୍ନାଇ(ଏଜେନ୍ସି): ତାମିଲନାଡୁର କ୍ଷମତାସୀନ ଡିଏମ୍କେ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରିଛି ବିଜେପି । ଏଥିପାଇଁ ଦଳ ପକ୍ଷରୁ ଡିଏମକେ ଫାଇଲ୍ସ ଜାରି କରାଯାଇଛି । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ୧.୩୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଡିଏମ୍କେ ନେତାମାନଙ୍କ ପାଖରେ ରହିଥିବା କହିଛନ୍ତି ।
ସେ ଜାରି କରିଥିବା ତାଲିକାରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ନାଁ ମଧ୍ୟ ରହିଛି । ତାଙ୍କ ବ୍ୟତୀତ ଦୁରାଇ ମୁରୁଗାନ, ଇଭେ ଭେଲୁ, କେ ପୋନମୁଡୀ, ଭି ସେନ୍ଥଲି ବାଲାଜୀଙ୍କ ଭଳି ମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ ଜଗଥାରକସ୍କନ୍ ନାଁରେ ବିପୁଳ ମାତ୍ରାରେ ସମ୍ପତ୍ତି ରହିଥିବା ବିଜେପି ପକ୍ଷରୁ ଦାବି କରାଯାଇଛି ।
ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଟାର୍ଗେଟ କରି ଆନ୍ନାମଲାଇ ଅଭିଯୋଗ କରିଛନ୍ତି, ୨୦୧୧ ବିଧାନସଭା ନିର୍ବାଚନ ପୂର୍ବରୁ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏମକେ ଷ୍ଟାଲିନ ୨୦୦ କୋଟି ଟଙ୍କାର ଲାଞ୍ଚ ନେଇ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଟେଣ୍ଡର ଦେଇଥିଲେ । ଲାଞ୍ଚ କାରବାର ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ହୋଇଥିଲା । ଆମେରିକାରେ ସେହି କମ୍ପାନୀ ବିରୋଧରା ମାମଲାର ତଦନ୍ତ ·ଲିଛି । ଡିଏମ୍କେ ନେତାମାନଙ୍କ ନାଁରେ ଥିବା ବିପୁଳ ସମ୍ପତ୍ତି ତାଲିକା ଜାରି କରି ସେ ବହୁ ଦସ୍ତାବିଜ ସାର୍ବଜନୀନ କରିଛନ୍ତି ।
ଅନ୍ୟପକ୍ଷରେ ଡିଏମ୍କେ ପକ୍ଷରୁ କୁହାଯାଇଛି, ଆନ୍ନାମଲାଇ ଏକ ଡାସଲ୍ଟ ଘଣ୍ଟା ବ୍ୟବହାର କରୁଛନ୍ତି । ଏହି ଦାମିକା ଘଣ୍ଟା ସେ କେମିତି କିଣିଲେ ବୋଲି ଡିଏମ୍କେ ନେତା ତଥା ରାଜ୍ୟର ଶକ୍ତି ମନ୍ତ୍ରୀ ବାଲାଜୀ କିଛି ମାସ ତଳେ ପ୍ରଶ୍ନ ଉଠାଇଥିଲେ । ଆନ୍ନାମଲାଇ କହିଛନ୍ତି, ଏହାକୁ ସେ ତାଙ୍କର ଜଣେ ବନ୍ଧୁ ଚେରାଲାଇନ ଠାରୁ ମେ’ ୨୧ରେ ୩ ଲକ୍ଷ ଟଙ୍କା ଦେଇ କିଣିଥିଲେ । ଘଣ୍ଟା କିଣିଥିବାର ରସିଦି ଆନ୍ନାମଲାଇ ଦେଖାଇଛନ୍ତି । କିନ୍ତୁ ସେ ତାଙ୍କ ଠାରୁ କେତେ ଟଙ୍କାରେ ଏହାକୁ କିଣିଛନ୍ତି, ତା’ର କୌଣସି ରସିଦି ସେ ଦେଖାଇବାକୁ ସକ୍ଷମ ହୋଇନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *