ସମ୍ବଲପୁରରେ ପୁଣି ହିଂସା
ଜଣେ ମୃତ, ଏକାଧିକ ଗୁରୁତର
କଡ଼ା ସୁରକ୍ଷା ସତ୍ତ୍ୱେ ପଥର ମାଡ଼
୪ ଦୋକାନ ସହ ସପିଂ ମଲ୍ ପୋଡିÿଲେ
ଗିରଫ ଲୋକଙ୍କ ସଂଖ୍ୟା ୩୨କୁ ବୃଦ୍ଧି
ଭୁବନେଶ୍ୱର, ୧୪ା୪(ବୁ୍ୟରୋ): ତିନି ଦିନ ଧରି ଅଶାନ୍ତ ହୋଇପଡିଛି ସମ୍ବଲପୁର ସହର । ଶୁକ୍ରବାର ହନୁମାନ ଜୟନ୍ତୀ ଅବସରରେ ଗୋଟିଏ ଗୋଷ୍ଠାର ଶୋଭାଯାତ୍ରା ବେଳେ ପୁଣି ସଂଘର୍ଷ ଘଟି ଜଣେ ଯୁବକ ପ୍ରାଣ ହରାଇଥିବା ଓ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ସ୍କୁଲ୍ ନିକଟ ପେନ୍ସନ୍ ପଡାର ଅନତିଦୂରରେ ଗୋଟିଏ ଗୋଷ୍ଠୀ ଶୋଭାଯାତ୍ରାରେ ଯାଉଥିବା ସମୟରେ ଆଉ ଏକ ଗୋଷ୍ଠୀ ପଥର ମାଡ କରିଥିଲେ । ଏଥିରେ ଶୋଭାଯାତ୍ରାରେ ସାମିଲ ଥିବା ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଏକାଧିକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଅବସରରେ ଗୁଇଣ୍ଡିପାଲୀ ଛକରୁ ସହର ପରିକ୍ରମା କରିବା ପାଇଁ ଏକ ଶୋଭାଯାତ୍ରା ବାହରିଥିଲା । ଏହି ଶୋଭାଯାତ୍ରା ଜିଲ୍ଲା ସ୍କୁଲ ପାଖରେ ପହଞ୍ଚିବା ପରେ ପେନ୍ସନ୍ ପଡା ଠାରେ ଗୋଟିଏ ଗୋଷ୍ଠୀ ଶୋଭାଯାତ୍ରାକାରୀଙ୍କ ଉପରେ ପଥର ମାଡ କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରରେ ୪୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସତ୍ତ୍ୱେ ଏହି ହିଂସାକାଣ୍ଡ ଘଟିଛି ।
ଶୋଭାଯାତ୍ରା ବେଳେ ପଥର ମାଡ ହେବା ପରେ ଗୋଲବଜାର ସ୍ଥିତ ଫଳ ଦେକାନ, ଏକ ଚପଲ ଦୋକାନ ଓ ଗୋଟିଏ ପାନ ଦୋକାନ ସହିତ ଏକ ସପିଂ ମଲ୍ରେ ଗଣ୍ଡଗୋଳକାରୀମାନେ ନିଆଁ ଲଗାଇଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ଗୋଟିଏ ଗୋଷ୍ଠୀର ଦୁଇ ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଉଛି । ଏହି ଘଟଣା ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତୁରନ୍ତ ଶୋଭାଯାତ୍ରା ବନ୍ଦ କରିଦିଆଯାଇଥିଲା । ତେବେ ସହରର ଅନ୍ୟ କେତକ ସ୍ଥାନରେ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିବା ସୂଚନା ମିଳିଛି ।
ପ୍ରକାଶ ଥାଉ କି , ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହନୁମାନ ଜୟନ୍ତୀର ଅବ୍ୟାହତି ପୂର୍ବରୁ ସମ୍ବଲପୁରରେ ଘଟିଛି ହିଂସାକାଣ୍ଡ । ଏହିପାଇଁ ଗତକାଲି ଠାରୁ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ବିଶେଷ କରି ହିାଂସାକାଣ୍ଡ ସ୍ଥଳ କୁହାଯାଉଥିବା ମୋତିଝରଣ ଛକ ଠାରୁ ଗେଙ୍ଗୁଟିପାଲୀ ପର୍ଯ୍ୟନ୍ତ ରାସ୍ତା ଘାଟ ଜନଶୂନ୍ୟ ହୋଇପଡିଛି । ଏହି ସ୍ଥାନରେ ଯେପରି ଆଇନଶୃଙ୍ଖଳା ପୁନରାବୃତ୍ତି ନହୁଏ , ତାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଆଜି ଦୁଇ ଦୁଇ ଥର ଫ୍ଲାର୍ଗ ମାର୍ଚ୍ଚ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍ପି ବି.ଗଙ୍ଗାଧର ଏବଂ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସାମିଲ ଥିବା ଦେଖିବାକୁ ମିଳିଥିଲା । ବୁଧବାର ହିଂସାକାଣ୍ଡ ପରେ ସମ୍ବଲପୁର ଜିଲ୍ଲାରେ ଇଣ୍ଟର ନେଟ୍ ସେବାକୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ହିଂସାକାଣ୍ଡ ଭିଆଇଥିବା ୪୬ ଜଣ ଦଙ୍ଗାକୀରଙ୍କୁ ଅଟକ ରଖାଯାଇଛି । ହିଂସାକାଣ୍ଡ ସମୟର ଭିଡିଓ ଫୁଟେଜ ଓ ପ୍ରମାଣକୁ ତନତନ କରି ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମ୍ପକ୍ତ ୩୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ।ମାମଲା ର ତଦନ୍ତ ଜାରି ରହିଛି । ଏହି ହିଂସାକାଣ୍ଡରେ ଜଡିତ ଆଉ ପ୍ରାୟ ୨୫ ଜଣଙ୍କୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି । ହସ୍ତଗତ ଭିଡିଓ ଓ ଫଟୋକୁ ଆଧାର କରି ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।
ଅପରପକ୍ଷରେ ସହରରେ ଶାନ୍ତ ପ୍ରତିଷ୍ଠା ପାଇଁ ହିଂସାକାଣ୍ଡରେ ଜଡିତ ଉଭୟ ଗୋଷ୍ଠୀଙ୍କ ସହ ଜିଲ୍ଲା ପ୍ରଶାନ ଅଲୋଚନା କରିଥିଲା । ଶୁକ୍ରବାର ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ସହଯୋଗ କରିବା ପାଇଁ ଉଭୟ ପକ୍ଷ ମଧ୍ୟ ପ୍ରତିଶୃତି ଦେଇଥିଲେ । ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ପ୍ରଶାସନ ମଧ୍ୟ ୧୪୪ ଧାରକୁ କୋହଳ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା ।