ବିଷୁବ ସଂକ୍ରାନ୍ତିରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଶ୍ରୀଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ପୁରୀ (ବୁ୍ୟରୋ): ପବିତ୍ର ବିଷୁବ ସଂକ୍ରାନ୍ତି ଓ ଓଡିÿଆ ନବବର୍ଷ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ଚଉରାମୂଳେ ପଣା ହୋଇ ଭୋଗ ହେବା ସହିତ ଶ୍ରୀମନ୍ଦିରରେ ମଧ୍ୟ ସମାରୋହରେ ପାଳିତ ହୋଇଛି । ତତ୍ସହିତ ଓଡିÿଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ଶ୍ରୀଜୀଉଙ୍କ ନିକଟରେ ନୂତନ ପଞ୍ଜିକା ଲାଗି ହେବା ନୀତି ଶେଷ ପରେ ତାହା ସାର୍ବଜନୀନ ହୋଇଥାଏ । ଏହି ପଞ୍ଜିକା ଅନୁସାରେ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ଶ୍ରୀଜୀଉଙ୍କ ନିକଟରେ ନୀତିକାନ୍ତି ସମ୍ପନ୍ନ ହୋଇଥାଏ । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହୋଇଥାଏ । ଆଜିର ଦିନରେ ଶ୍ରୀଜୀଉଙ୍କ ରନôସିଂହାସନ ଉପରେ ଦର୍ଶନ କଲେ ବହୁ ପୁଣ୍ୟ ମିଳେ ବୋଲି ପୁରାଣରେ କଥିତ ରହିଛି । ତେଣୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସକାଳୁ ଆରମ୍ଭ କରି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଶ୍ରୀମନ୍ଦିରକୁ ସୁଅ ଛୁଟିବାରେ ଲାଗିଛି ।
ଅନ୍ୟପକ୍ଷରେ ବିଷୁବସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରର ଦକ୍ଷିଣଦ୍ୱାରରେ ଥିବା ହନୁମାନ ଜୟନ୍ତୀରେ ମହାବୀରଙ୍କ ମନ୍ଦିରରେ ମଧ୍ୟନୀତି ପାଳିତ ହୋଇଯାଇଛି । ମହାବୀରଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରଲକ୍ଷିତ ହୋଇଥିଲା । ସେହିପରି ଭାବରେ ଆଜିର ଦିନରେ ପୁରୀରେ ଅନାନ୍ୟ ପରମ୍ପରା ହେଉଛି କୁସ୍ତିପ୍ରତିଯୋଗିତା । ସହରରେ ଥିବା ବ୍ୟାୟମ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ସେବାୟତମାନେ କୁସ୍ତିପ୍ରତିଯୋଗିତା କରିବା ସହିତ ସେଠାରେ ଛତୁଆ ଓ ପଣା ବଣ୍ଟନ କରିଥିଲେ । ଅନ୍ୟପକ୍ଷରେ ଭାଙ୍ଗ ପଣା କରି କୁସ୍ତି ପ୍ରତିଯୋଗୀମାନେ ବିଷୁବ ସଂକ୍ରାନ୍ତିର ପରମ୍ପରାକୁ ବଜାୟ ରଖିଥିବା କହିଛନ୍ତି ଆୟୋଜକ । ସିଦ୍ଧମହାବୀରରେ ମନ୍ଦିରରେ ସିଦ୍ଧମହାବୀରଙ୍କୁ ଦର୍ଶନ କରିଥିଲେ ଶତାଧିକ ଶ୍ରଦ୍ଧାଳୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *