ଖଡ଼ି ଛୁଇଁଲେ ନୂଆ ପହିଲମାନ
ଜାଗା ଆଖଡ଼ାରେ ମହାବୀର ଜୟନ୍ତୀ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରର ସଂସ୍କୃତି ପରମ୍ପରା ସହିତ ଜାଗା ଆଖଡାରେ ପବିତ୍ର ମହାବିଷୁବ ଜୟନ୍ତୀ ଅବସରରେ ବିଭିନ୍ନ ଜାଗା ଆଖଡାରେ ପାରମ୍ପାରିକ ମଲ୍ଲଯୁଦ୍ଧ, କୁସ୍ତି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ କୁନି ବାଳକକୁସ୍ତିରେ ପାଦ ଥାପିଛନ୍ତି । ନୂଆ ପହିଲିମାନ ମାନେ ରୀତି ନୀତି ଅନୂଯାୟୀ କୁସ୍ତିର ଖଡି ଛୁଇଁଥିଲେ । ଏ ନେଇ ବିଭିନ୍ନ ଜାଗା ଆଖଡାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦିନତମାମ୍ ଜାଗା ଆଖଡାରେ ଉସôବର ଆଯୋଜନ କରାଯାଇଥିଲା । ମଲ୍ଲଯୋଦ୍ଧା ମହାପୁରୁଷ ଜଗନ୍ନାଥଙ୍କ ଦର୍ଶନ ସହ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନାପରେ ପରସ୍ପର ମଧ୍ୟରେ ସୋହାର୍ଦ୍ୟପୂର୍ଣ୍ଣ ମଲ୍ଲଯୋଦ୍ଧା କରିଥିଲେ ।
ପ୍ରତି ସକାଳୁ ଜାଗା ଆଖଡାରେ ଥିବା ମହାବୀରଙ୍କ ନିକଟରେ ଦେବନୀତି ସରିବାପରେ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଜାଗା ଆଖଡାର ମଲ୍ଲଯୋଦ୍ଧା, କୁସ୍ତିକାରମାନେ ପହଞ୍ଚିଥିଲେ । ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ସରିବାପରେ ନୂତନ ଭାବେ ପ୍ରବେଶ କରିଥିବା ମଲ୍ଲଯୋଦ୍ଧାମାନେ ମହାବୀର ନିକଟରେ ପୂଜାର୍ଚ୍ଚନା କରି ଆର୍ଶୀବାଦ ଭିକ୍ଷା କରିଥିଲେ । ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡାମାନଙ୍କରେ ମହାବରୀ ଜୟନ୍ତୀ ଓ ନୂତନ କୁସ୍ତିକାରମାନଙ୍କ ପ୍ରବେଶ ଉସôବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ହନୁମାନ ହେଉଛନ୍ତି ବିରତ୍ୱର ପ୍ରତୀକ । ସିଦ୍ଧି ଓ ସାଧନାର ପ୍ରତୀକ ହେଉଛନ୍ତି ଶ୍ରୀହନୁମାନ । ଭାରତୀୟ ଇତିହାସରେ କେବେ ବି ପରାଜୟ ଗ୍ରହଣ କରିନାହାଁନ୍ତି । ଏଣୁ ମଲ୍ଲଯୋଦ୍ଧାମାନେ ମହାବୀରଙ୍କ ଭଳି ସାହାସୀ ବୀର ହେବାଲାଗି ତାଙ୍କୁ ଆରାଧନା କରିଥାନ୍ତି । ଜଣେ ଦକ୍ଷ ମଲ୍ଲଯୋଦ୍ଧା ହେବାଲାଗି ଆଚରଣରେ ସଂଜମତା, ବ୍ରହ୍ମଚର୍ଯ୍ୟ ପାଳନ, ଭକ୍ତି ଓ ସ୍ମେହଭାବ ରହିବା ଆବଶ୍ୟକ । ଅତୀତରେ ଶ୍ରାମନ୍ଦିରକୁ ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିବା ଲାଗି ପୂର୍ବତନ ଗଜପତି ମହାରାଜ ଶ୍ରୀକ୍ଷେତ୍ରରେ ଜାଗା, ଆଖଡା, କୋଟ, ଗୁରୁଜ ଓ ଗଡ ସୃଷ୍ଟି କରିଥିଲେ । ସୁରକ୍ଷାପାଇଁ ଶତ୍ରୁକୁ ସାମ୍ନା କରିବାକୁ ହେଲେ ସମରକଳାରେ ପାରଙ୍ଗମ ଏବଂ ଶାରୀରିକ ଦୃଷ୍ଟିରୁ ହୃଷ୍ଟପୃଷ୍ଟ ହେବାର ଆବଶ୍ୟକତା ରହିଛି ।