ସିଆଚୀନ୍ରେ ମହିଳା ଅଧିକାରୀଙ୍କ ୧ଠଠ ଦିନ

ନୂଆଦିଲ୍ଲୀ (ଏଜେନ୍ସି): ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ୍ରେ ନିୟୋଜିତ ପ୍ରଥମ ମହିଳା ଅଧିକାରୀ କ୍ୟାପଟେନ୍ ଶିବା ଚୌହ୍ୱାନ ତାଙ୍କର ୧୦୦ ଦିନ ସମାପ୍ତ କରିଛନ୍ତି । ଏଠାକାର ଅତି ପ୍ରତିକୂଳ ପାଣିପାଗରେ ରହିବା କଷ୍ଟକର । କିନ୍ତୁ ସିଆଚେନ୍ରେ ଦିନ ବିତାଉଥିବା ଯବାନଙ୍କ ସାହସିକତାର ପଟାନ୍ତର ନାହିଁ ବୋଲି କୁହାଯାଉଛି । ଶିବାଙ୍କ ସାହସିକତା ଓ ମାନସିକ ଦୃଢ଼ତାକୁ ସେନା ପକ୍ଷରୁ ପ୍ରଶଂସା କରାଯାଇଛି । ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି ପକ୍ଷରୁ ଲେଖାଯାଇଛି, ଶିବା ଚେହ୍ୱାନ ସିଆଚେନ ଗ୍ଲାସିଅରରେ ନିୟୋଜିତ ପ୍ରଥମ ମହିଳା ଅଧିକାରୀ । ଖରାପ ପରିବେଶ ଓ ପ୍ରବଳ ଥଣ୍ଡାରେ ସେ ସଫଳତାର ସହ ୧୦୦ ଦିନ ବିତାଇଛନ୍ତି । ଶୀତଦିନେ ସିଆଚେନ୍ ତାପମାତ୍ରା ମାଇନସ୍କୁ ଖସିଆସିଥାଏ । ସେଠାରେ ଭୂସ୍ଖଳନ ଏକ ସାଧାରଣ ଘଟଣା । ସିଆଚେନରେ ନିୟୋଜିତ ହେବା ପୂର୍ବରୁ କ୍ୟାପଟେନ ଚେହ୍ୱାନଙ୍କୁ ଏକ ମାସର କଠୋର ତାଲିମ ଦିଆଯାଇଥିଲା । ତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ଶକ୍ତି ଭାବେ ଅଭିହିତ କରିତିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *