୭୧ ହଜାରଙ୍କୁ ନିଯୁକ୍ତିପତ୍ର ଦେଲେ ମୋଦି

ରୋଜଗାର ମେଳା
ନୂଆଦିଲ୍ଲୀ (ଏଜେନ୍ସି): ବିକଶିତ ଭାରତ ଗଠନ ପାଇଁ ଯୁବବର୍ଗଙ୍କ ମଧା ଓ ଦକ୍ଷତାର ବିନିଯୋଗ ଲାଗି ଉପଯୁକ୍ତ ସୁଯୋଗ ଦେବାକୁ ସରକାର ପ୍ରତିବଦ୍ଧ । କୋଭିଡ୍ ପରବର୍ତ୍ତୀ କାଳରେ ଦୁନିଆରେ ଗୁରୁତର ଆର୍ଥିକ ସଙ୍କଟାରେ ପଡ଼ିଥିବା ସମୟରେ ଭାରତ ଦୃଢ଼ଭାବେ ଆଗେଇ ଚାଲିଛି ବୋଲି ଗୁରୁବାର ରୋଜଗାର ମେଳା-୨୦୨୩ରେ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ।
ଭିଡିଓ କନ୍ଫନ୍ସେିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସରକାରୀ ବିଭାଗ ଓ ପ୍ରତିଷ୍ଠାନ ନିମନ୍ତେ ମନୋନିତ ୭୧ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ୭୦ ହଜାରରୁ ଯୁବକ ଯୁବତୀ କର୍ମସଂସ୍ଥାନ ପାଇଛନ୍ତି । ଆପଣମାନଙ୍କ ପରିବାବର୍ଗଙ୍କୁ ଅଭିନନ୍ଦନ । ବିକଶିତ ଭାରତର ଉଦ୍ଦିଷ୍ଟ ଅଭିଳାଷ ପୂରଣ କରିବା ଲାଗି ଆମ ସରକାର ନିରନ୍ତର କାର୍ଯ୍ୟ କରୁଛି । ସରକାରୀ ·କିରି ଯୋଗାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ସଂପ୍ରତି ବିଶ୍ୱରେ ଭାରତ ସବୁଠୁ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଆମ ଅର୍ଥନୀତି ହେଉଛି ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି । ଅନ୍ୟାନ୍ୟ ଦେଶରେ ଅର୍ଥନୀତି ଅବକ୍ଷୟ ପଥରେ ଗତି କରୁଥିବା ସମୟରେ ଭାରତର ସ୍ଥିତି ଉଜ୍ଜ୍ୱଳ ବୋଲି ସମସ୍ତେ କହୁଛନ୍ତି । ନବ ଭାରତର ଯୁବା ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମଗ୍ନ ରହି ଡ୍ରୋନ୍ ନିର୍ମାଣ କରିବା ସହିତ ଡ୍ରୋନ୍ ପାଇଲଟ୍ ହେଉଛନ୍ତି ।
ବିଶାର କେତେକ ଉଦାରଣ ଦେଇ ମୋଦି କହିଛନ୍ତି, ୨୦୧୪ ପର୍ଯ୍ୟନ୍ତ ଭାରତରେ ୭୪ଟି ବିମାନ ବନ୍ଦର ଥିଲା, ଏବେ ୧୪୮ଟି ବିମାନ ବନ୍ଦର ହେଲାଣି । ବିମାନ ବନ୍ଦର ବୃଦ୍ଧି ଯୋଗୁଁ ନୂଆ କର୍ମସଂସ୍ଥାନ ସୁଯୋଗ ମଧ୍ୟ ଉନ୍ମୁକ୍ତ ହେଉଛି । ବନ୍ଦର ସେକ୍ଟର୍ ବି ଉନ୍ନତି କରୁଛି ।
ବୈଶାଖୀ ଦିବସରେ ଏହା ଅତ୍ରନ୍ତ ଆନନ୍ଦର ବିଷୟ । ପ୍ରତ୍ୟେକ ଭିତ୍ତିଭୂମି କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରୁଛି । ବୁଧବାର ୨୨ ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ରେଳବାଇରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇଛି । ନିଯୁକ୍ତି ସୃଷ୍ଟିକୁ ଅଗ୍ରାଧିକାର ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ଲାଗି ରୋଜଗାର ମେଳା ଆୟୋଜିତ ହୋଇଛି । ରେଳବାଇ, ଡାକ ବିଭାଗ, ଆୟକର ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଆଦିରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ରାଜକୋଟ୍ରେ ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ରତ୍ଲମ୍ରେ ସାମାଜିକ ନ୍ୟାୟ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର, ବଡୋଦରାରେ କେନ୍ଦ୍ରମନ୍ତ୍ରୀ ଦର୍ଶନ ଜର୍ଦୋଶ୍ ପ୍ରମୁଖ ଉପସ୍ଥିତ ରହି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *