ଏନ୍କାଉଣ୍ଟର୍ରେ ଅତୀକ୍ର ପୁଅ ନିହତ

ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଯୋଗୀ
ଲକ୍ଷ୍ନୌ (ଏଜେନ୍ସି): ଆଇନଜୀବୀ ଉମେଶ ପାଲ୍ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅତୀକ୍ ଅହମଦ୍ର ପୁଅ ଅସଦ୍ ଏନ୍କାଉଣ୍ଟର୍ରେ ପ୍ରାଣ ହରାଇଛି । ଉତ୍ତର ପ୍ରଦେଶର ସ୍ୱତନ୍ତ୍ର ଟାସ୍କ୍ ଫୋର୍ସ (ଏସ୍ଟିଏଫ୍) ପକ୍ଷରୁ ଝାନ୍ସିରେ ଗୁରୁବାର ପୂର୍ବାହ୍ନରେ ଏନ୍କାଉଣ୍ଟର କରାଯାଇଥିଲା । ଅସଦ୍ ଓ ତା’ ସହଯୋଗୀ ଗୁଲାମ ମଧ୍ୟ ପ୍ରାଣ ହରାଇଛି । ଉଭୟ ଉମେଶ ପାଲ ହତ୍ୟା ମାଲାରେ ଜଡ଼ିତ ଥାଇ ୪୯ ଦିନ ହେଲା ଫେରାର ଥିଲେ । ଦୁହିଁ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।ଏନ୍କାଉର୍ଟର ସମୟରେ ପ୍ରାୟ ୪୨ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ଅସଦ ନିକଟରୁ ଏକ ବ୍ରିଟିସ୍ ବୁଲ୍ଡଗ୍ .୪୫୫ ରିଭଲଭର ଓ ଏକ ୱାଲଟର୍ ପି ୮୮, .୬୩ ବୋର୍ ପିସ୍ତଲ ଜବତ କରାଯାଇଛି । ସ୍ୱତନ୍ତ୍ର ଡିଜି ପ୍ରଶାନ୍ତ କୁମାର କହିଛନ୍ତି, ପ୍ରୟାଗରାଜ କୋର୍ଟରେ ହାଜର କରାଇବା ଲାଗି ଅତିକକୁ ସଡ଼କ ପଥରେ ଅଣାଯାଉଥିବା ସମୟରେ ଦୁହେଁ ଛଦ୍ମବେଶରେ ବାଇକ୍ରେ ଅନୁସରଣ କରିଥିଲେ । ଝାନ୍ସିର ବବିନା ରୋଡ୍ରେ ପୁଲିସ ଟିମ୍ ଉପରକୁ ସେମାପେନ ଗୁଳି ଚାଳନା କରିଥିଲେ । ଏସ୍ଟିଏଫ୍ର ପାଲଗା ଗୁଳିରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା । ଅତିକ୍କୁ ଖସାଇ ନେବା ସେମାନଙ୍କ ଉଦେ୍ଦଶ୍ୟ ଥିଲା । ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ୧୨ ଜଣ ପୁଲିସ କର୍ମଚାରୀ ଅତିକ୍କୁ ଆଣୁଥିଲେ ।
ପୁଅର ନିହତ ଖବର ପାଇବା ମାତ୍ରେ କୋର୍ଟ ରୁମ୍ରେ ଅତିକ୍ ଅଚେତ ହୋଇପଡ଼ିଥିଲା । ତା’ ଯୋଗୁ ଅସଦର ମୃତୁ୍ୟ ଘଟିଲା ବୋଲି ସେ କାନ୍ଦିକାନ୍ଦି କହୁଥିବା ଦେଖାଯାଇଥିଲା । ପୁଅର ଶେଷକୃତ୍ୟରେ ଯୋଗଦେବା ଲାଗି ଅନୁମତି ମିଳୁ ବୋଲି ଅତିକ କୋର୍ଟରେ ନିବେଦନ କରିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଅସଦର ଏନକାଉଣ୍ଟର ଖବର ପ୍ରଚାରିତ ହେବା ପରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୈଠକ କରି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଏ ସଂପର୍କିତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖାଯାଇଥିଲା ଏବଂ ଯୋଗୀ ଏସ୍ଟିଏଫ୍କୁ ପ୍ରସଂଶା କରିଛନ୍ତି । ଅପରାଧୀଙ୍କୁ ସାବାଡ଼ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *