ନବୀନ ରୋଲ୍ ମଡେଲ୍

ଏଡିଆର୍ ରିପୋର୍ଟ
ଭୁବନେଶ୍ୱର, ୧୨ା୪(ବୁ୍ୟରୋ): ରାଜନେତା ଭାବେ ଅନ୍ୟମାନଙ୍କ ପାଇଁ ପୁଣି ରୋଲ୍ ମଡେଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ନିର୍ମଳ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ସାରା ଦେଶରେ ପରିଚିତ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଦୀର୍ଘ ୨୩ ବର୍ଷର ଶାସନରେ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନ ଥିବା ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ସଦ୍ୟ ପ୍ରକାଶିତ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର ରିପୋର୍ଟରେ ଏସବୁ ଉଲ୍ଲେଖ କରାଯାଇଛି ।
ଏଡିଆର୍ ଓ ଇଲେକ୍ସନ୍ ୱାଚ୍ ୨୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟ ଅନୁଯାୟୀ ଦେଶରେ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରଥମ ସ୍ଥାନରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ରେ‡ୀଙ୍କ ସମ୍ପତ୍ତିି ପରିମାଣ ୫୧୦ କୋଟି ୩୮ ଲକ୍ଷ ୧୬ ହଜାର ୫୬୬ ଟଙ୍କା । ତାଲିକାର ଦ୍ୱିତୀୟ ସ୍ଥାନରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଅଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୬୩ କୋଟି ୫୦ ଲକ୍ଷ ୫୮ ହଜାର ୧୪୨ ଟଙ୍କା । ତୃତୀୟ ସ୍ଥାନରେ ଥିବା ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିର ପରିମାଣ ହେଉଛି ୬୩ କୋଟି ୮୭ ଲକ୍ଷ ୪୧ ହଜାର ୮୧୬ ଟଙ୍କା ।
ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ତଳଆଡୁ ପ୍ରଥମରେ ଥିବା ମମତା ବାନାର୍ଜୀଙ୍କର ସମ୍ପତ୍ତି ପରିମାଣ ମାତ୍ର ୧୫ ଲକ୍ଷ ୩୮ ହଜାର ୨୯ ଟଙ୍କା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ । ମମତାଙ୍କ ଉପରକୁ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ତାଙ୍କର ୧ କୋଟି ୧୮ ଲକ୍ଷ ୭୫ ହଜାର ୭୬୬ ଟଙ୍କାର ସମ୍ପତ୍ତି ଅଛି । ବିଜୟନଙ୍କ ଉପରେ ଅଛନ୍ତି ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧ କୋଟି ୨୭ ଲକ୍ଷ ୯୮୫ ଟଙ୍କା ।
ଧନୀ ମୁଖ୍ୟମନ୍ତ୍ରୀଙ୍କ କ୍ରମାନ୍ୱୟ ତାଲିକାରେ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ନାଗାଲ୍ୟାଣ୍ଡ, ପୁଡୁଚେରୀ, ତେଲେଙ୍ଗାନା, ଛତିଶଗଡ଼, ଆସାମ, ମେଘାଳୟ, ତ୍ରିପୁରା, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ତାମିଲନାଡୁ, ଝାଡ଼ଖଣ୍ଡ, ଗୁଜୁରାଟ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ସିକିମ୍, ମିଜୋରାମ୍, ଦିଲ୍ଲୀ, ବିହାର, ପଞ୍ଜାବ, ଉତ୍ତର ପ୍ରଦେଶ, ମଣିପୁର, ହରିଆନା, କେରଳ, ପଶ୍ଚିମବଙ୍ଗ ରହିଛି ।
ସେହିପରି ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଏବଂ ଧମକ ଭଳି ସଙ୍ଗୀନ ମାମଲା ବି ରହିଛି । ଅପରାଧ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସବୁଠାରୁ ଆଗରେ ଅଛନ୍ତି । ତାଙ୍କ ବିରୋଧରେ ମୋଟ ୬୪ଟି ମାମଲା ଅଛି । ସେଥିରୁ ୩୭ଟି ମାମଲା ହେଉଛି ଅତି ଗୁରୁତର । ତାଙ୍କ ପଛକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ନାଁ ଅଛି । ତାଙ୍କ ବିରୋଧରେ ୧୦ଟି ସଙ୍ଗୀନ ମାମଲା ସହ ମୋଟ ୪୭ଟି ମାମଲା ରହିଛି । ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେ‡ୀ ଅଛନ୍ତି । ତାଙ୍କ ବିରୋଧରେ ୩୫ଟି ଗୁରୁତର ମାମଲା ସହ ମୋଟ ୩୮ଟି ମାମଲା ରହିଛି ।
ସେହିପରି ମୁଖ୍ୟମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ, ଜଣେ ମୁଖ୍ୟମନ୍ତ୍ରୀ (ମହାରାଷ୍ଟ୍ର) ମାଟ୍ରିକ୍ ପାଶ୍ କରିଛନ୍ତି । ୩ ମୁଖ୍ୟମନ୍ତ୍ରୀ (ଝାଡ଼ଖଣ୍ଡ, ପଞ୍ଜାବ, କେରଳ) ଦ୍ୱାଦଶ ପାଶ୍ କରିଛନ୍ତି । ୧୧ ମୁଖ୍ୟମନ୍ତ୍ରୀ ସ୍ନାତକ, ୪ ମୁଖ୍ୟମନ୍ତ୍ରୀ ସ୍ନାତକ ପ୍ରଫେସନାଲ୍ (ପୁଡୁଚେରୀ, କର୍ଣ୍ଣାଟକ, ଦିଲ୍ଲୀ, ବିହାର), ୯ ମୁଖ୍ୟମନ୍ତ୍ରୀ ସ୍ନାତକତ୍ତୋର, ଜଣେ ମୁଖ୍ୟମନ୍ତ୍ରୀ (ଗୁଜୁରାଟ) ଡିପ୍ଲୋମା ଏବଂ ଜଣେ ମୁଖ୍ୟମନ୍ତ୍ରୀ (ଆସାମ) ଡକ୍ଟରେଟ୍ ଡିଗ୍ରୀଧାରୀ ଅଛନ୍ତି । ସେହିପରି ୩୦ ରୁ ୪୦ ବର୍ଷ ମଧ୍ୟରେ ଅଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୪୧ ରୁ ୫୦ ବର୍ଷ ମଧ୍ୟରେ ୭ ଜଣ ମୁଖ୍ୟମନ୍ତ୍ରୀ, ୫୧ ରୁ ୬୦ ବର୍ଷ ମଧ୍ୟରେ ୯ ଜଣ ମୁଖ୍ୟମନ୍ତ୍ରୀ, ୬୧ ରୁ ୭୦ ବର୍ଷ ମଧ୍ୟରେ ୯ ଜଣ ମୁଖ୍ୟମନ୍ତ୍ରୀ ଏବଂ ୭୧ ରୁ ୮୦ ବର୍ଷ ମଧ୍ୟରେ ୪ ଜଣ ମୁଖ୍ୟମନ୍ତ୍ରୀ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *