ରାଜ୍ୟ ସରକାରଙ୍କୁ ସୁପ୍ରିମ୍ ଭର୍ତ୍ସନା
ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ୧୦ ହଜାର ଏକର ଆବଣ୍ଟନ
ନୂଆଦିଲ୍ଲୀ, ୧୨ା୪: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଜମି ଆବଣ୍ଟନ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି ସୁପ୍ରିମକୋର୍ଟ । ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣ ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କରିବା ସହ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଛନ୍ତି । ହାଇକୋର୍ଟଙ୍କ ରାୟ ବିରୋଧରେ ବେଦାନ୍ତ ଓ ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ ଅପିଲ କରିଥିଲେ । ତାହା ଖାରଜ ହୋଇଯାଇଛି । ଜଷ୍ଟିସ ଏମ୍ଆର୍ ଶାହା ଏବଂ ଜଷ୍ଟିସ କେ ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି । ଏନେଇ ଜମିହରା ·ଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆଦିତ୍ୟ ଦାସ ସୂଚନା ଦେଇଛନ୍ତି । ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ ନଭେମ୍ବର ୧୬ରେ ବେଆଇନ କହିଥିଲେ ହାଇକୋର୍ଟ । ଏଥିସହ ·ଷୀଙ୍କ ଜମି ଫେରାଇବାକୁ କହିଥିଲେ ।
ସୁପ୍ରିମକୋର୍ଟ ଜମି ଅଧିଗ୍ରହଣ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜନସ୍ୱାର୍ଥ ମାମଲା କରିଥିବା ଜମି ମାଲିକଙ୍କ ପକ୍ଷରୁ ମାମଲା ପରି·ଳନା କରିଥିବାବେଳେ ସୁପ୍ରିମକୋର୍ଟର ସିନିଅର ଆଡ୍ଭୋକେଟ ସିଏ ସୁନ୍ଦରମ ବେଦାନ୍ତ ପକ୍ଷରୁ ମାମଲା ଲଢୁଥିଲେ । ସୂଚନା ଥାଉକି, ବେଦାନ୍ତ ୟୁନିଭରସିଟି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ସହିତ ଏମ୍ଓୟୁ କରିଛି । ଜମି ଅଧିଗ୍ରହଣ ବେଆଇନ ଭାବେ ହୋଇଥିବା ନେଇ ବହୁ ପ୍ରତିବାଦ ପରେ ମାମଲା ଲୋକପାଳଙ୍କ ପାଖକୁ ମଧ୍ୟ ଯାଇଥିଲା । ଏହା ପରଠାରୁ ମାମଲାଟି କୋର୍ଟରେ ବହୁବର୍ଷ ଧରି ବି·ରାଧୀନ ରହିଥିଲା ।