ଏଣ୍ଡେମିକ୍ ପର୍ଯ୍ୟାୟରେ ପହଞ୍ଚôଲା କୋଭିଡ୍
ନୂଆଦିଲ୍ଲୀ, ୧୨ା୪: ଭାରତରେ କୋଭିଡ୍ ଏଣ୍ଡେମିକ୍ ପର୍ଯ୍ୟାୟ ଆଡକୁ ମୁହାଁଉଛି । ତେଣୁ ସଂକ୍ରମଣ ଆଉ ୧୦-୧୨ ଦିନ ପର୍ଯ୍ୟନ୍ତ ବଢି ତା ପରେ କମିବାକୁ ଲାଗିବ । ଏଣ୍ଡେମିକ୍ର ଅର୍ଥ ହେଉଛି ଏହି ରୋଗ ଏଣିକି ଆମ ଭିତରେ ରହିବ, କିନ୍ତୁ ଏହାର ପ୍ରଭାବ ବିପଜ୍ଜଜନକ ହେବ ନାହିଁ । ହସ୍ପିଟାଲ୍ରେ କୋଭିଡ୍ ରୋଗୀ ସଂଖ୍ୟା ପୂର୍ବ ଲହର ଭଳି ବଢିବ ନାହିଁ । କୋଭିଡ୍ରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦିଆଯାଇଛି ।
ଗତ ୨୪ ଘଣ୍ଟାରେ ଦେଶରେ ୭୮୩୦ ନୂଆ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏହା ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ ମାମଲା । ଏହା ଫଳରେ ସଂକ୍ରମିତଙ୍କ ମୋଟ ସଂଖ୍ୟା ୪,୪୭,୭୬,୦୦୨ ହୋଇଛି । ଏବେ ଦେଶରେ କରୋନାର ୪୦,୨୧୫ ସକ୍ରିୟ ମାମଲା ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ପ୍ରକାଶ ।
ଦେଶରେ କେରାନା ସଂକ୍ରମ ବଢୁଥିବା ଦେଖି ସିରମ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ (ସିଆଇଆଇ) ପୁଣି ଥରେ କୋଭିଶିଲ୍ଡ ଟିକା ଉତ୍ପାଦନ ଆରମ୍ଭ କରିଛି । କମ୍ପାନୀର ସିଇଓ ଅଦାର ପୁନାୱାଲା କହିଛନ୍ତି ୯୦ ଦିନ ଭିତରେ ପ୍ରାୟ ୭୦ ଲକ୍ଷ ଡୋଜ୍ ଉତ୍ପାଦିତ ହେବ ।