ୟୁୁକ୍ରେନ୍ରେ ୟୁଏସ୍, ବ୍ରିଟିଶ୍ ଓ ନାଟୋ ଫୋର୍ସ
ୱାଶିଂଟନ୍ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ବି୍ରଟେନ୍ର ସ୍ୱତନ୍ତ୍ର ସେନାବାହିନୀ ୟୁକ୍ରେନ୍ରେ ଡେରା ପକାଇଥିବା ଜଣାଯାଏ । ଏହା ବ୍ୟତୀତ ଆମେରିକାର ୧୪ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନ୍ରେ ରହିଛି । ୟୁକ୍ରେନ୍ରେ ବି୍ରଟେନ୍ର ସ୍ୱତନ୍ତ୍ର ବଳର ୫୦ଟି ଟ୍ୟାଙ୍କ୍ ରହିଥିବାବେଳେ ଏହା ସେଠାକାର ସର୍ବବୃହତ୍ ବିଦେଶୀ ଫୋର୍ସ । ଏଥିସହ ନାଟୋର ଅନ୍ୟାନ୍ୟ ଦେଶର ଟ୍ୟାଙ୍କ୍ ମଧ୍ୟ ରଖାଯାଇଛି । ତା’ମଧ୍ୟରେ ଲାଟଭିୟାର ୧୭ ଟ୍ୟାଙ୍କ, ଫ୍ରାନ୍ସର ୧୫ ଓ ନେଦରଲାଣ୍ଡସ୍ର ୧ ଟ୍ୟାଙ୍କ ସାମିଲ୍ ଅଛି । ଏନେଇ ଆମେରିକାରେ ଲିକ୍ ହୋଇଥିବା କ୍ଲାସିଫାଏଡ୍ ଡକୁ୍ୟମେଣ୍ଟସ୍ରୁ ଜଣାପଡ଼ିଛି । ଏହି ତଥ୍ୟରେ ୨୩ ମାର୍ଚ୍ଚ ତାରିଖ ଲେଖାଯାଇଛି । ସେହିଭଳି ଅନ୍ୟ ଏକ ଦସ୍ତାବିଜ୍ ଅନୁସାରେ, ଚାଲିଥିବା ରୁଷ୍ ସେନାର ଅପରେସନ୍ରେ ୟୁକ୍ରେନ୍ ଯଥେଷ୍ଟ ଦୁର୍ବଳତା ଥିବା ଆମେରିକା ମନେକରୁଛି । ଯାହାକି ଆଗାମୀ ଦିନରେ ବହୁ ସମସ୍ୟା ସୃଷ୍ଟି କରିପାରେ । ସେହିଭଳି ୟୁକ୍ରେନ୍ର ଅସ୍ତଶସ୍ତ୍ର ଏବଂ ଏୟାର୍ ଡିଫେନ୍ସ ମଧ୍ୟ ଯଥେଷ୍ଟ ଦୁର୍ବଳ ଅଟେ । ଯାହାର କାରଣ ଯୋଗୁ କିଛି ମାସ ପରେ ଯୁଦ୍ଧ ସ୍ଥିତି ପାଲଟିଯାଇପାରେ । ଯୁଦ୍ଧ ସମ୍ପର୍କିତ ଏହି ଖୁଲାସା ଆମେରିକାର କ୍ଲାସିଫାଏଡ୍ ଡକୁ୍ୟମେଣ୍ଟସ୍ର ତଥ୍ୟ ଚୋରି ହେବାରୁ ଜଣାପଡ଼ିଥିଲା ।
କ୍ଲାସିଫାଏଡ୍ ଡକୁ୍ୟମେଣ୍ଟସ୍ ଲିକ୍ ହେବା ପରେ ଯୁଦ୍ଧ ସହ ଜଡ଼ିତ ଲଗାତାର ନୂଆ ଖୁଲାସା ଶୁଣିବାକୁ ମିଳୁଛି । ଯୁଦ୍ଧ ମଝିରେ ୟୁକ୍ରେନ୍ରେ ନାଟୋ ଫୋର୍ସ କେଉଁଠି ଅବସ୍ଥାପିତ ଅଛି ସେନେଇ କୌଣସି ତଥ୍ୟ ମିଳିପାରିନାହିଁ । ରିପୋର୍ଟ ଭାଇରାଲ୍ ହେବା ପରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଲିକ୍ ହୋଇଥିବା କ୍ଲାସିଫାଏଡ୍ ଡକୁ୍ୟମେଣ୍ଟସ୍ରେ ଅନେକ ପ୍ରକାରର ଭୁଲ୍ ତଥ୍ୟ ଦିଆଯାଇଛି । ଲୋକମାନେ ଏହା ଉପରେ ବିଶ୍ୱାସ କରିବା ଅନୁଚିତ୍ । ବିବିସି ଅନୁସାରେ, ପେଣ୍ଟାଗନ୍ ଏକ ବୟାନରେ ଏହି ଡକୁ୍ୟମେଣ୍ଟସ୍କୁ ସଠିକ୍ ପ୍ରମାଣିତ କରିପାରେ ।
ସେହିଭଳି ଏପିର ଏକ ରିପୋର୍ଟ ଅନୁସାରେ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ସହ ଜଡ଼ିତ ଆମେରିକା କ୍ଲାସିଫାଏଡ୍ ଡକୁ୍ୟମେଣ୍ଟସ୍ ସର୍ବପ୍ରଥମେ ଗେମର୍ସଙ୍କ ମଧ୍ୟରେ ଲୋକପି୍ରୟ ଏକ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଲିକ୍ ହୋଇଥିଲା । ଡିସ୍କାର୍ଡ ନାମକ ଏହି ପ୍ଲାଟ୍ଫର୍ମ ଗେମର୍ସଙ୍କ ମଧ୍ୟରେ ଚାଟିଂ ପାଇଁ ଜଣାଶୁଣା । ଏହାର ଚାଟ୍ରୁମ୍ରେ ଜଣେ ୟୁଜର୍ସ ଏହି ଫାଇଲ୍ସ ସେୟାର୍ କରିଦେଇଥିଲେ, ଯେଉଁଥିରେ କ୍ଲାସିଫାଏଡ୍ ଲେଖା ଥିଲା ।
ରିପୋର୍ଟ ସାମ୍ନାକୁ ଆସିବା ପରେ ଆମେରିକା ଷ୍ଟେଟ୍ କନେକ୍ଟିକଟର ଜୁନିଅର ସିନେଟର୍ କି୍ରସ୍ ମର୍ଫି କହିଛନ୍ତି ଯେ, ଯଦି ଏହା ସତ ହେବ ତାହେଲେ ମିଶର୍ ରୁଷ୍ ପାଇଁ ଗୁପ୍ତ ଭାବେ ରକେଟ୍ ପ୍ରସ୍ତୁତ କରୁଛି, ଯାହାର ପ୍ରୟୋଗ ୟୁକ୍ରେନ୍ରେ କରାଯାଇପାରେ । ସେହିଭଳି ମିଶର୍ର ମିଲିଟ୍ରି ପ୍ରଡକ୍ସନ୍ ମନ୍ତ୍ରୀ ମହମ୍ମଦ ସଲାହ ଅଲ୍-ଦୀନ୍ କହିଛନ୍ତି ଯେ, ରୁଷ୍ ପୂର୍ବରୁ ମିଶର୍ର ସାହାଯ୍ୟ କରିସାରିଛି । ଆମେ ତାହାକୁ କୃତଜ୍ଞତା ପୂର୍ବକ ସହଯୋଗ ପାଇଁ ନିଷ୍ପତ୍ତି ନେଇଛୁ ।
ଏହି ଦସ୍ତାବିଜ୍ରେ ଆମେରିକା ଏବଂ ୟୁକ୍ରେନ୍ର ଏଞ୍ଜେକ୍ଟ ବ୍ୟାଟଲ୍ ପ୍ଲାନ୍ସ ନେଇ ତଥ୍ୟ ମିଳିନାହିଁ । ଯେପରିକି ୟୁକ୍ରେନ୍ କିଭଳି ଏବଂ କେବେ ତଥା କେଉଁଠାରେ ଆକ୍ରମଣ କରିବ । ଯାହାକୁ ନେଇ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଆସନ୍ତା ମାସ ଯାଏଁ ଏହି ଯୋଜନା ଜାରି ରହିପାରେ । ଚୋରି ହୋଇଥିବା ଏହି ତଥ୍ୟ ୫ ସପ୍ତାହ ପୁରୁଣା ହୋଇଥିବାବେଳେ ଏଥିରେ ୧ ମାର୍ଚ୍ଚ ଯାଏଁ ଯୁଦ୍ଧ ସମ୍ପର୍କିତ ଆମେରିକା ଓ ୟୁକ୍ରେନୀୟ ଦୃଷ୍ଟିକୋଣ ତଥା ପରବର୍ତ୍ତୀ ସମୟରେ ସେନାର ଆବଶ୍ୟକତା ନେଇ ତଥ୍ୟ ପ୍ରକାଶ ପାଇଥିଲା । ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲେଦିମିର ଜେଲେନ୍ସ୍କିଙ୍କ କହିବାନୁସାରେ, ଏହି କାମ ଅନ୍ୟ କେହି ନୁହେଁ ବରଂ ଆମେରିକା କରିଛି । ଏକଥା ପେଣ୍ଟାଗନ୍ର ଚୋରି ହୋଇଥିବା କ୍ଲାସିଫାଏଡ୍ ୱାର୍ ଡକୁ୍ୟମେଣ୍ଟସ୍ରୁ ଜଣାପଡ଼ିଛି ।