ସାରା ରାଜ୍ୟ ଆଉଟୁପାଉଟୁ

ଭୁବନେଶ୍ୱର, ୧୧ା୪(ବୁ୍ୟରୋ): ତାତି ବଢ଼ିବା ସହ ସାରା ଓଡ଼ିଶା ଜଳୁଛି । ରାଜଧାନୀ ସମେତ ସବୁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମଙ୍ଗଳବାର ରାଜଧାନୀ ସମେତ ୯ଟି ସ୍ଥାନରେ ୪୦ ଡିଗ୍ରୀ ଟପିଛି ତାତି । ୧୩ରୁ ୧୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୫ ତାରିଖରେ ଝାରସୁଗୁଡାରେ ୪୪ ଡିଗ୍ରୀ ଟପିପାରେ । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମଙ୍ଗଳବାର ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ସର୍ବୋଚ୍ଚ ୪୦.୮ ଡ଼ିଗ୍ରୀ ହୋଇଛି । ଅନ୍ୟାନ୍ୟ ସହରର ଯଥା- ସମ୍ବଲପୁରରେ ୪୦.୬ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୦.୪ ଡ଼ିଗ୍ରୀ, ହୀରାକୁଦରେ ୩୯.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୭ .୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୪ ଡ଼ିଗ୍ରୀ, ପୁରୀରେ ୩୪.୨ ଡ଼ିଗ୍ରୀ, ଗୋପାଳପୁରରେ ୩୩.୮ ଡ଼ିଗ୍ରୀ ଓ ପାରାଦୀପରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉତ୍ତର-ପଶ୍ଚିମ-ପଶ୍ଚିମରୁ ପ୍ରବାହିତ ଉଷ୍ମ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବା ଫଳରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ବଢ଼ିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତରିଣ ଓଡ଼ିଶାରେ ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତି ଅନୁଭୂତ ହେବ । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ବଢି ପାରେ । ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀ ପାର କରିପାରେ ପାରଦ । ଆସନ୍ତା ୧୩, ୧୪ ଏବଂ ୧୫ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଚେତାବନୀ ଜାରି କରାଯାଇଛି । ଏଥିପାଇଁ ଲୋକମାନେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ବାହାରିବା ବେଳେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ । ଏପରି ପାଗ ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍ରେ କୁହାଯାଇଛି ଯେ ୧୩ ତାରିଖ ସକାଳ ସାଢ଼େ ୮ଟାରୁ ୧୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ୧୪ ତାରିଖ ସକାଳ ସାତଟାରୁ ୧୫ ତାରିଖ ସକାଳ ସାଢ଼େ ୮ଟା ଯାଏଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଭୟୂରଭ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ଖରା ହେବାର ଆଶଙ୍କା ରହିଛି ।
ସେହିପରି ୧୫ ତାରିଖ ସକାଳ ସାଢ଼େ ୮ଟାରୁ ୧୬ ତାରିଖ ସକାଳ ୮.୩୦ ଯାଏଁ ଦେବଗଡ଼, ଅନୁଗୋଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହିଟ୍ ୱେଭ୍ ଅନୁଭୂତ ହେବ । ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *