ରାହୁଲଙ୍କୁ ଟାର୍ଗେଟ କଲେ ଶାହ
ବଦନାମ କରିବାରୁ କ୍ଷାନ୍ତ ରୁହ
ଦିିବ୍ରୁଗଡ (ଏଜେନ୍ସି): ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତି ୩ୟ ଥର ପାଇଁ ସରକାର ଗଢ଼ିବ । ରାହୁଲ ଦେଶକୁ ବଦନାମ କରିବାରୁ କ୍ଷାନ୍ତ ନ ରହିଲେ ଆଗାମୀ ଦିନରେ କଂଗ୍ରେସ ସଫା ହୋଇଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦମ୍ଭୋକ୍ତି କରିଛନ୍ତି । ଆସାମ ଗସ୍ତରେ ଯାଇ ମଙ୍ଗଳବାର ଦିିବ୍ରୁଗଡ଼ରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, ଉତ୍ତର-ପୂର୍ବ ରାଜ୍ୟର ୧୪ ଲୋକସଭା ଆସନରୁ ବିଜେପି ୧୨ଟିରେ ବିଜୟୀ ହେବ ।
କଂଗ୍ରେସକୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଏକଦା ଉତ୍ତର-ପୂର୍ବକୁ କଂଗ୍ରେସର ଦୁର୍ଗ ଭାବେ ବିବେଚନା କରାଯାଉଥିଲା; କିନ୍ତୁ ରାହୁଲ ଗାନ୍ଧୀଙ୍କ ଯାତ୍ରା (ଭାରତ ଯୋଡୋ ଯାତ୍ରା) ସତ୍ତ୍ୱେ ଏହି ଅଞ୍ଚଳର ତିନି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିପାରିନି । ଇଂଲଣ୍ଡ ଗସ୍ତ ସମୟରେ ରାହୁଲ ଗାନ୍ଧି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଦର୍ଶାଇଶାହ କହିଛନ୍ତି, ସେ ବିଦେଶରେ ଭାରତକୁ ଅପମାନିତ କରିଛନ୍ତି । ଯଦି ମିଛ ପ୍ର·ର କରି ଦେଶ ଓ ସରକାରଙ୍କୁ ବଦନାମ କରିବା ଜାରି ରଖନ୍ତି, ତେବେ ଉତ୍ତର-ପୂର୍ବ ସହିତ କଂଗ୍ରେସ ସମଗ୍ର ଦେଶରୁ ଧୋଇ ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନେ ଯେତେ ଖରାପ କହିବେ, ବିଜେପିର ବିକାଶ ସେତେ ଅଧିକ ହେବ । ଏହି ଅବସରରେ ସେ ଦିବ୍ରୁଗଡରେ ବିଜେପି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗ ଦେଇଥିଲେ ।