୫.୯%କୁ କମିବ ଅଭିବୃଦ୍ଧି ହାର
ଆଇଏମ୍ଏଫ୍ର ନୂଆ ଆକଳନ
ନୂଆଦିଲ୍ଲୀ, ୧୧ା୪: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ମଙ୍ଗଳବାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ଆକଳନ କରାଯାଇଛି । ଦେଶର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ ବୋଲି ପୂର୍ବରୁ ଆଇଏମ୍ଏଫ୍ କହିଥିଲା । ଏବେ ତାହାକୁ ୫.୯%କୁ କମାଇ ଦେଇଛି । ତା’ ସତ୍ତ୍ୱେ ଭାରତ ପୃଥିବୀର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହେବ ବୋଲି ଆଇଏମ୍ଏଫ୍ କହିଛି ।
ଆଇଏମ୍ଏଫ୍ ତା’ର ବାର୍ଷିକ ବିଶ୍ୱ ଆର୍ଥôକ ପରିଦୃଶ୍ୟରେ ୨୦୨୪-୨୫ ଆର୍ଥôକ ବର୍ଷ ପାଇଁ ଉଦ୍ଦିଷ୍ଟ ପୂର୍ବାନୁମାନକୁ ୬.୮ ପ୍ରତିଶତରୁ କମାଇ ୬.୩ ପ୍ରତିଶତ କରିଛି । ୨୦୨୩-୨୪ ଆର୍ଥôକ ବର୍ଷରେ ଭାରତର ବିକାଶ ହାର ୫.୯ ପ୍ରତିଶତ ରହିବ ବୋଲି ସେଥିରେ ଉଲ୍ଲେଖ କରାଯାଇଛି । ଗତବର୍ଷ ଭାରତର ବିକାଶ ହାର ଥିଲା ୬.୮ ।
ଭାରତର ଅଭିବୃଦ୍ଧି ହାର ସମ୍ବନ୍ଧରେ ଆଇଏମ୍ଏଫ୍ର ଏହି ସଦ୍ୟ ଆକଳନ ରିଜର୍ଭ ବ୍ୟାଙ୍କ ଆକଳନଠାରୁ କମ୍ । ରିଜର୍ଭ ବ୍ୟାଙ୍କ ଆକଳନ ଅନୁଯାୟୀ, ଦେଶର ବିକାଶ ହାର ଚଳିତ ଆର୍ଥôକ ବର୍ଷରେ ୬.୪ ରହିବ । ଭାରତ ସରକାର ଏପର୍ଯ୍ୟନ୍ତ ୨୦୨୨-୨୩ ପାଇଁ ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ସଂଖ୍ୟା ଜାରି କରିନାହାନ୍ତି । ବିଶ୍ୱ ଆର୍ଥôକ ପରିଦୃଶ୍ୟ ପ୍ରତି ଦୃଷ୍ଟି ଦେଇ ଅନୁମାନ କରାଯାଉଛି ଯେ ଗତ ଆର୍ଥôକ ବର୍ଷ ତୁଳନାରେ ଚଳିତ ଆର୍ଥôକ ବର୍ଷରେ ଅଭିବୃଦ୍ଧି ହାର କମିଲେ ମଧ୍ୟ ଭାରତ ପୃଥିବୀର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବ ।