ଭାରତ ଆସି ଅନୁଧ୍ୟାନ କରନ୍ତୁ ନିବେଶକ

ପାକିସ୍ତାନ ଅପେକ୍ଷା ଭାରତରେ ମୁସ୍ଲିମ୍ ଅଧିକ ସୁରକ୍ଷିତ
ୱାଶିଂଟନ (ଏଜେନ୍ସି): ପାକିସ୍ତାନର ମୁସଲମାନଙ୍କ ତୁଳନାରେ ଭାରତର ମୁସଲମାନମାନେ ବହୁତ ଭଲରେ ଅଛନ୍ତି । ସବୁଠାରୁ ଅଧିକ ମୁସଲମାନ ଜନସଂଖ୍ୟା ଥିବା ଦେଶ ମଧ୍ୟରେ ଭାରତ ହେଉଛି ଦ୍ୱିତୀୟ । ଯଦି ପ୍ରକୃତରେ ସେମାନଙ୍କ ଜୀବନ ଭାରତରେ କଷ୍ଟସାଧ୍ୟ ହୋଇଥାନ୍ତା ତେବେ କ’ଣ ୧୯୪୭ ରେ ମୁସଲମାନଙ୍କ ସଂଖ୍ୟା ଥିଲା ତାହା ବୃଦ୍ଧି ପାଇଥାନ୍ତା କି ବୋଲି ଆମେରିକା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶ୍ନ କରିଛନ୍ତି ।
ପାଶ୍ଚାତ୍ୟ ଦେଶଗୁଡ଼ିକରେ ଭାରତ ପ୍ରତି ସୃଷ୍ଟି ହୋଇଥିବା ନକାରାତ୍ମକ ମନୋଭାବ ଦୂର କରିବାକୁ ଯାଇ ସୀତାରମଣ କହିଛନ୍ତି, ଭାରତ ଦୁଇ ଭାଗରେ ବିଭକ୍ତ ହେବା ପରେ ଗଠିତ ପାକିସ୍ତାନରେ କେତେକ ମୁସଲମାନ ସଂପ୍ରଦାୟର ବିଲୋପ ଘଟିଛି । କିନ୍ତୁ ଭାରତରେ ସେପରି କିଛି ସମସ୍ୟା ହୋଇନାହିଁ । କେବେ ଭାରତ ଆସି ନ ଥିବା ଓ ଭାରତରେ ମୁସଲମାନମାନଙ୍କ ଅବସ୍ଥା ଅନୁଧ୍ୟାନ କରିବାକୁ ଆଗ୍ରହୀ ନ ଥିବା କିଛି ବ୍ୟକ୍ତି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅପପ୍ରଚାର ଚଳାଇଛନ୍ତି ।
ପିିଟରସନ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନାସନାଲ ଇକୋନୋମିକ୍ସ (ପିଆଇଆଇଇ) ର ସଭାପତି ଆଡମ ଏସ୍ ପୋଜେନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି । ଆଡମ ପାଶ୍ଚାତ୍ୟ ଗଣମାଧ୍ୟମରେ ବିରୋଧୀ ଦଳ ସାଂସଦ ମାନ୍ୟତା ହରାଇବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ହିଂସା ନେଇ ପ୍ରଶ୍ନ ପ·ରିଥିଲେ । ସୀତାରମଣ କହିଛନ୍ତି, ଭାରତରେ ନିଶେଶ ଲାଗି ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାକୁ ଆସନ୍ତୁ । ବାସ୍ତବତା ଅନୁଧ୍ୟାନ କଲେ ସେମାନେ ନିଜ ସନେ୍ଦହମୋଚନ କରିପାରିବେ । ଅନ୍ୟ କାହାଠାରୁ କିଛି ଶୁଣିବା ପରିବର୍ତ୍ତେ ଥରେ ଆସି ଭାରତରେ କ’ଣ ଘଟୁଛି ଦେଖିଯାନ୍ତୁ । ବିଶ୍ୱ ବାଣିଜ୍ର ସଙ୍ଗଠନ ସବୁ ଦେଶଙ୍କ କଥା ଶୁଣିବା ସହ ଅଧିକ ଉନ୍ନତ ଏବଂ ସ୍ୱଚ୍ଛ ହେବା ଉଚିତ । ଭିନ୍ନ କିଛି କହୁଥିବା ରାଷ୍ଟ୍ରଙ୍କ କଥା ଶୁଣି ପଦକ୍ଷେପ ନେବା ଯଥାର୍ଥ ହେବ ବୋଲି ସୀତାରମଣ କହିଥିଲେ ।
ବିଶ୍ୱ ବ୍ୟାଙ୍କ୍, ଇଣ୍ଟନାସନାଲ ମନିଟାରି ଫଣ୍ଡ୍, ଜି-୨୦ ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଗଭର୍ଣ୍ଣର୍ସଙ୍କ ଗୁରୁôବପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ନିର୍ମଳା ସୀତାରମଣ ସୋମବାରଠାରୁ ଆମେରିକା ଗସ୍ତରେ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *