ଅଶ୍ଳୀଳତା ମାମଲାରୁ ଶିଳ୍ପା ଖଲାସ

ମୁମ୍ବାଇ (ଏଜେନ୍ସି): ୧୫ ବର୍ଷ ତଳର ଅଶ୍ଳୀଳତା ମାମଲାରୁ ଖଲାସ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶୀଳ୍ପା ସେଟ୍ଟି । ହଲିଉଡ୍ ଅଭିନେତା ରି·ର୍ଡ ଗେରେ ଶିଳ୍ପା ସେଟ୍ଟୀଙ୍କୁ ଏକ ମଞ୍ଚଞ୍ଚଉପରେ ଚୁମ୍ବନ ଦେଇଥିଲେ । ଏହାକୁ ନେଇ ୨୦୦୭ ରେ ଶୀଳ୍ପାଙ୍କ ବିରୋଧରେ ଅଶ୍ଳୀଳତା ମାମଲା ରୁଜୁ କରାଯାଇଥିଲା । ମୁମ୍ବାଇ ଦୌରା ଜଜ୍ କହିଛନ୍ତି ଯେ ସାର୍ବଜନୀନ ସ୍ଥଳରେ ଜଣେ ମହିଳା ଯଦି ଅଶାଳୀନ ଆଚରଣର ଶିକାର ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବନାହିଁ କି ପକ୍ଷଭୁକ୍ତ କରାଯାଇପାରିବ ନାହିଁ । ଶିଳ୍ପା ସେଟ୍ଟୀ ଚୁମ୍ବନ ଦେଇ ନ ଥିଲେ, ବରଂ ତାଙ୍କୁ ଚୁମ୍ବନ ଦିଆ ଯାଇଥିଲା । ଶୀଳ୍ପାଙ୍କୁ ଦୋଷମୁକ୍ତ କରିବା ପାଇଁ ମାଜିଷ୍ଟ୍ରେଟ୍ ଅଦାଲତ ଦେଇଥିବା ଆଦେଶକୁ ବଜାୟ ରଖିଛନ୍ତି ଅତିରିକ୍ତ ଦୌରୀା ଜଜ୍ ଏସ୍ ସି ଯାଦବ ।
୨୦୦୭ରେ ରାଜସ୍ଥାନରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *