ବିଦେଶ ମାଟିରେ କ୍ୟାବିନେଟ୍

ଭୁବନେଶ୍ୱର, ୯ା୪(ବୁ୍ୟରୋ): ବିଦେଶ ମାଟିରେ ପ୍ରଥମ ଥର ପାଇଁ ବସିଲା କ୍ୟାବିନେଟ୍ ବୈଠକ । ଜାପାନ ଗସ୍ତରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରବିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କ୍ୟୋଟୋରେ ଭିଡିଓ କନଫେରେନ୍ସରେ ଯୋଗ ଦେଇ ବିଭିନ୍ନ ବିଭାଗ ପକ୍ଷରୁ ଆଗତ ୭ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଶା ଠାରୁ ପ୍ରାୟ ୬୦୦୦ କିଲୋମିଟର ଦୂରରେ ଥାଇ ମୁଖ୍ୟମନ୍ତ୍ରୀ ଡିଜିଟାଲ କ୍ୟାବିନେଟ୍ ବୈଠକ ପରିଚାଳନା କରିଥିଲେ । ଅନ୍ୟ ସଦସ୍ୟମାନେ ଏହି ସ୍ୱତନ୍ତ୍ର କ୍ୟାବିନେଟ୍ରେ ଯୋଗ ଦେଇଥିଲେ । ଏହା ହେଉଛି ରାଜ୍ୟର ପ୍ରଥମ ଡିଜିଟାଲ କ୍ୟାବିନେଟ୍ ବୈଠକ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ବିଦେଶରେ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବେଠକରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ରାଜ୍ୟରେ ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଅନୁମୋଦିତ ହୋଇଛି । କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର କଟକରେ ପାଇପ୍ ଜଳ ପ୍ରକଳ୍ପ ହେବ । ପିଏଫ୍ଓ ସହାୟତା ପାଇଁ ପାଣ୍ଠି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହାଛଡ଼ା ‘ଓଡ଼ିଶା ପରିବାର’ ନାମରେ ଏକ ନୂଆ ନିର୍ଦେଶାଳୟ ଖୋଲାଯିବାର ପ୍ରସ୍ତାବ ଡିଜିଟାଲ କ୍ୟାବିନେଟ୍ରେ ଅନୁମୋଦନ ଲାଭ କରିଛି । ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିଦେ୍ର୍ଦଶାଳୟ । ଏହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଛି । ବିଦେଶରେ ଓଡିଶାର ଭାଷା, ସଂସ୍କୃତି ଓ ଐତିହ୍ୟ ପ୍ରଚାର ଦିଗରେ ଏହା କାମ କରିବ ।
ରାଜ୍ୟ ଯୋଜନା ଅନ୍ତର୍ଭୁକ୍ତ କୃଷକ ସଂଗଠନଗୁଡିକୁ ସହାୟତା ଉଦେ୍ଦଶ୍ୟରେ ଆଗାମୀ ୫ବର୍ଷ ପାଇଁ ୩୧୩କୋଟି ୬୧ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ହଜାରେରୁ ଊଦ୍ଧ୍ୱର୍ କୃଷକ ଉତ୍ପାଦକ ସଂଗଠନର ୩ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରି ଋଣ ସଂଯୋଗୀକରଣ, ଆର୍ଥିକ ବୈଷୟିକ ଓ ଭିତ୍ତିଭୂମି ସହାୟତା ସହ ଏକତ୍ରୀକରଣ ଓ ବଜାର ସଂଯୋଗୀକରଣ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିରେ ଏହା ସାହାଯ୍ୟ କରିବ । କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଉନ୍ନତ ଜ୍ଞାନକୌଶଳ ଆପଣାଇବାରେ ଓଡ଼ିଶା ଆଗୁଆ । ଏହାକୁ ୫-ଟି ଅଧିକ କ୍ରିୟାଶୀଳ କରିବା ସହ ଲୋକଙ୍କୁ ସେବା ଯୋଗାଇବା ସହଜ କରିଛି । ଉତ୍ତମ ସେବା ଯୋଗାଇବା ଲାଗି ଟେକ୍ନୋଲଜିର ବଡ଼ ଭୂମିକା ରହିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଟେକ୍ନୋଲଜି ପାଇଁ ପାଇଁ ଆଉ ଶାରୀରିକ ଉପସ୍ଥିତିର ଆବଶ୍ୟକତା ନାହିଁ । ଓଡ଼ିଶା ସରକାରଙ୍କ ଓଏସ୍ଡବ୍ଲୁ୍ୟଏଏସ୍ ଟେକ୍ନୋଲଜିକୁ ଆପଣାଇଛି । ଫଳରେ ଉପସ୍ଥିତି ନଥିଲେ ମଧ୍ୟ ଉଚିତ୍ ସମୟରେ ସେବା ଯୋଗାଇ ଦିଆଯାଇପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ପୁଞ୍ଜି ନିବେଶ ନିମନ୍ତେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଜାପାନ ଗସ୍ତରେ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *