ଶୃଙ୍ଖଳିତ ଦର୍ଶନ ପାଇଁ ମାନବ ଶୃଙ୍ଖଳ

ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା
ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କୁ ଦର୍ଶନ ଲାଗି ଦିନକୁ ଦିନ ଶ୍ରୀକ୍ଷେତ୍ରରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା । ଏପରିକି ଶନି ଓ ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମୁଛି । ଫଳରେ ଦର୍ଶନ ଲାଗି ଲାଗୁଛି ଦୀର୍ଘ ସମୟ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଠାରୁ ମରିଚି କୋର୍ଟ ଛକ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧାଡ଼ିରେ ଆପେକ୍ଷା କରିବାକୁ ପଡୁଛି । ଏହି ସମୟରେ ପ୍ରଚଣ୍ଡ ରୌଦ୍ରତାପରେ ଡହଳବିକଳ ହେଉଛନ୍ତି ଶ୍ରଦ୍ଧାଳୁ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପୁଲିସ ପ୍ରଶାସନ ଏହାକୁ ଗଭୀର ଭାବେ ଗ୍ରହଣ କରିଛି । ରବିବାର ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ ଲାଗି ସିଂହଦ୍ୱାରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଏପରିକି ଦିନ ଯେତିକି ବଢୁଛି ସେତିକି ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସିଂହଦ୍ୱାରଠାରୁ ଆରମ୍ଭ କରି ଧାଡ଼ି କିଛି ସମୟ ମଧ୍ୟରେ ପହଞ୍ଚô ଯାଇଥିଲା ମରିଚିକୋର୍ଟ ଛକ ପର୍ଯ୍ୟନ୍ତ । ଏହି ଖବର ଏସ୍ପି କନୱାର ବିଶାଲ ସିଂହଙ୍କ ନିକଟରେ ପହଞ୍ଚôବା ପରେ ସଙ୍ଗେ ସଙ୍ଗେ ଏସ୍ପି ପହଞ୍ଚିଥିଲେ ସିଂହଦ୍ୱାରରେ । ଟାଣ ଖରାରେ ସିଝୁଥିବା ଶ୍ରଦ୍ଧାଳୁମାନେ କିଭଳି ଶୀଘ୍ର ଓ ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଲାଗୁ କରିଥିଲେ ହୁ୍ୟମାନ୍ ଚେନ୍ ବ୍ୟବସ୍ଥା । ହୁ୍ୟମାନ୍ ଜରିଆରେ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ପରିସରକୁ ଛଡ଼ା ଯାଇଥିଲା । ସେହିପରି ପୁଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପାଣି ବୋତଲ ବଣ୍ଟନ କରାଯାଇଥିଲା । ପ୍ରଚଣ୍ଡ ଖରାରେ ଦର୍ଶନ ଲାଗି ଠିଆ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଖରାରୁ ରକ୍ଷା ଲାଗି ପାଣି ସିଞ୍ଚନ କରାଯାଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ଖୁସିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଐତିହ୍ୟ କରିଡର୍ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସିଂହଦ୍ୱାରକୁ ଖୋଳାଯାଇଛି । ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଫଳରେ ହଇରାଣ ହରକତ ହେଉଛନ୍ତି । ତେବେ ଆଗକୁ ମହାପ୍ରଭୁଙ୍କ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଆଗକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବ । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋର୍ ଧରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *