ଦେଶରେ ୩୧୬୭ ବାଘ
ବେଙ୍ଗାଲୁରୁ, ୯ା୪: ଭାରତରେ ବାଘ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି । ୪ ବର୍ଷରେ ଦେଶରେ ବାଘ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଏହି ସଂଖ୍ୟା ୨୯୬୭ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ଣ୍ଣାଟକର ମୈସୁରରେ ପହଞ୍ଚି ସେଠାରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ବାଘ ସଂଖ୍ୟା ବିଷୟରେ ତଥ୍ୟ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ବାନ୍ଦିପୁର ଟାଇଗର ରିଜର୍ଭ ବୁଲି ଦେଖିଥିଲେ । ଏହି ସମୟରେ ମୋଦିଙ୍କୁ ଏକ ନୂଆ ଲୁକ୍ରେ ଦେଖିବାକୁ ମିଳିଥିଲା । ଦେଶରେ ବାଘ ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ପ୍ରୋଜେକ୍ଟ ଟାଇଗର ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରକୃତିର ସୁରକ୍ଷା ଭାରତୀୟ ସଂସ୍କୃତିର ଏକ ଅଂଶ । ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଗର୍ବର ବିଷୟ । ସ୍ୱାଧୀନତାର ୭୫ ବର୍ଷରେ ବିଶ୍ୱର ୭୫% ବାଝ ଭାରତରେ ବାସ କରନ୍ତି । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ) ଆରମ୍ଭ କରିଥିଲେ । ଏହା ସହିତ ଏକ ସ୍ମାରକ ମୁଦ୍ରା ପ୍ରକାଶ ପାଇଥିଲା ।