ଚୀନ୍ ଟାର୍ଗେଟ୍ରେ ତାଇୱାନ୍ର ସାମରିକ ପ୍ରତିଷ୍ଠାନ
ତାଇପେ (ଏଜେନ୍ସି): ଆମେରିକା ସହ ତାଇୱାନର ସଂପର୍କ ବୃଦ୍ଧିକୁ ନେଇ ଚୀନ କ୍ଷୁବ୍ଧ ହେବା ସହ ଡରେଇବା ଆରମ୍ଭ କରିଛି । ଦ୍ୱିିତୀୟ ଦିନରେ ଚୀନ ସେନା ତାଇସ୍ୱାନ ସୀମା ନିକ, କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ତାଇୱାନ ଘେରି ଗୁରୁତ୍ୱପୂର୍ଣର୍ ଅଞ୍ଚଳକୁ ଟାର୍ଗେଟ୍ରେ ରଖିଛନ୍ତି । ଯୁଦ୍ଧାସ୍ତ୍ରଗୁଡ଼ିକୁ ତାଇୱାନର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନମୁହାଁ ରଖାଯାଇଛି । ତାଇୱାନ ମଧ୍ୟ ସଜାଗ ରହିଥିବାରୁ ଉତ୍ତେଜନା ଆହୁରି ତୀବ୍ର ହୋଇଛି । ଏପରିକି ଯେକୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍-ୱେନ୍ ଆମେରିକା ଗସ୍ତରୁ ଫେରିବା ପରେ ଚାିନା ସେନା ତାଇୱାନ ପ୍ରଣାଳୀରେ ସମରାଭ୍ୟାସ ଚଳାଇଛନ୍ତି । ସୁରକ୍ଷା ପରିସ୍ଥିତି ସହିତ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ବିଦେଶର ସାମରିକ ଟାର୍ଗେଟ୍ ଉପରେ ବିମାନ ଓ ନୌବାହିନୀ ଦ୍ୱାରା ମକ୍ଡ୍ରିଲ୍ କରାଯାଉଛି । ବିମାନବାହୀ ଯୁଦ୍ଧ ପୋତ ସାନ୍ଡଙ୍ଗ ତାଇୱାନର ଦକ୍ଷିଣ ଉପକୂଳଠାରୁ ୪ଶହ ନଟିକାଲ ମାଇଲ୍ ଦୂରରେ ରହି ସମରାଭ୍ୟାସ ଚଳାଇଥିବା ସୂଚନା ମିଳିଛି ।
ଚୀନର ସାମରିକ ବିଜ୍ଞାନ ଏକାଡେମି ଝାଓ ଜିଆଓଝୁ ପକ୍ଷରୁ ସରକାରୀ ନିୟନ୍ତ୍ରଣାଧୀନ ଗ୍ଲୋବାଲ ଟାଇମ୍ସକୁ କୁହାଯାଇଛି, ପ୍ରତମ ଥର ଲାଗି ତାଇୱାନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯାଇ ମକ୍ଡ୍ରିଲ ଚାଲିଛି । ପିଏଲ୍ଏର ଇଷ୍ଟର୍ଣ୍ଣ ଥିଏଟର୍ କମାଣ୍ଡ ପକ୍ଷରୁ ମଧ୍ୟ ମକ୍ଡ୍ରିଲ୍ ସଂପର୍କରେ ସୂଚନା ଦିଆଯାଇଛି ।