୩ ବ୍ୟବସାୟୀ ମୃତ

ଟ୍ରକ୍-ପିକ୍ଅପ୍ ଧକ୍କା
ବାଲିଚନ୍ଦ୍ରପୁର, ୮ା୪(ଆପ୍ର): ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଓ କଟିକଟା ଛକ ମଧ୍ୟବର୍ତ୍ତି ଅଞ୍ଚଳରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତୁ୍ୟ ହୋଇଛି । ଗୁରୁତର ହୋଇଥିବା ୬ ଜଣ କଟକ ବଡ଼ମେଡ଼ିକାଲରେ ଚିକିସôିତ ହେଉଛନ୍ତି । ଚଣ୍ଡିଖୋଲ ପଟୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ (ଓଡି୦୪ଇ୧୨୩୧)ରେ କିଛି ଶୁଖୁଆ ବ୍ୟବସାୟୀ ଭୋର୍ ସମୟରେ ବେପାର କରିବା ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥରେ ବେଆଇନ ଭାବେ ଛକ ମଝିରେ ଠିଆ ହୋଇଥିବା ଏକ ଟ୍ରକ୍ (ଓଡି-୦୪-ଏଲ- ୪୧୧୭)କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟମାନଙ୍କୁ ବାଲିଚନ୍ଦ୍ରପୁର ପୁଲିସ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ସେଠାରେ ପ୍ରାଥମିକ ଚିକିସôା ପରେ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । କଟକ ଯିବା ବାଟରେ ଦୁଇ ଜଣ ମହିଳାଙ୍କ ମୃତୁ୍ୟ ହୋଇଯାଇଥିବାବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ବଡ଼ମେଡ଼ିକାଲରେ ଅଛନ୍ତି । ମୃତକମାନେ ହେଲେ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଗାଡ଼ିର ହେଲପର ମାନସ ଦେହୁରୀ ଏବଂ ବ୍ରହ୍ମପୁର ଅଞ୍ଚଳରୁ ଆସି ଦୀର୍ଘଦିନ ହେବ ଶୁଖୁଆ ବ୍ୟବସାୟ କରୁଥିବା ମମି ବେହେରା (୩୫), ମମତା ବେହେରା (୪୦) । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଗୁରୁତର ଭାବେ ଆହତ ବ୍ୟକ୍ତିମାନେ ହେଲେ ଛତିଆ ଅଞ୍ଚଳର ଡ୍ରାଇଭର ସରଜୁ ସିଂହ, ବାଲିଚନ୍ଦ୍ରପୁର ଅଞ୍ଚଳର କମଳୀ ବେହେରା, ଲକ୍ଷ୍ମୀ ବେହେରା, କାମୁଲି ବେହେରା, ଗୁରା ବେହେରା, ଗୀତାଞ୍ଜଳି ବେହେରା । ବାଲିଚନ୍ଦ୍ରପୁର ଅଞ୍ଚଳରେ ଏ ନେଇ ଶୋକର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅମୀୟ ସାହାଣୀଙ୍କ ଉଦ୍ୟମକ୍ରମେ ଦର୍ପଣ ତହସିଲଦାରଙ୍କ ସହାୟତାରେ ଉଭୟ ମୃତକ ତିିନି ଜଣଙ୍କ ପରିବାରକୁ ଯାଜପୁର ଜିଲ୍ଲା ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ତହସିଲଦାର ଶୁଭଦର୍ଶନ ମିଶ୍ର ପ୍ରକାଶ କରିଛନ୍ତି । ତେବେ ଦୀର୍ଘ ଦିନ ହେବ ୫୩ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ବାମପାଶ୍ୱର୍ରେ ବେଆଇନ ଭାବେ ଲୁହାପଥର ଗୁଣ୍ଡ ବୋଝେଇ ଗାଡ଼ି ଛିଡ଼ା ହୋଇ ରହୁଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣାମାନ ହୋଇ ଧନଜୀବନ ନଷ୍ଟ ହେଉଛି । ଗୋଟିଏ ପଟେ ରାଜ୍ୟ ସରକାର ସଡ଼କ ସୁରକ୍ଷା ସପ୍ତାହ ପାଳନ ସାଙ୍ଗକୁ ଶୂନ୍ୟ ମୃତୁ୍ୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଚଣ୍ଡିଖୋଲ ଟ୍ରାଫିକ୍ ଛକଠାରୁ ପାରାଦୀପ ମଧ୍ୟରେ ଦୁର୍ଘଟଣାରେ କାହାର ନା କାହାର ପ୍ରାଣହାନି ଘଟୁଥିବା ନଜରକୁ ଆସୁଛି । ଶନିବାର ମଧ୍ୟାହ୍ନରେ ଏହି ୫୩ ନଂ ଜାତୀୟ ରାଜପଥରେ କଣ୍ଟିଗଡ଼ିଆ ଛକଠାରେ ବାବା ଭୈରବାନନ୍ଦ ମହାବିଦ୍ୟାଳୟକୁ ଦୁଇ ଛାତ୍ର ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *