ରୂପ ବଦଳାଉଛି କୋଭିଡ୍ ଭାରିଏଣ୍ଟ
ଦିନକରେ ସଂକ୍ରମଣ ୬ ହଜାର ପାର୍, ୯ ମୃତ
ନୂଆଦିଲ୍ଲୀ (ଏଜେନ୍ସି): ରୂପ ବଦଳାଉଛି କୋଭିଡ୍ ଭାରିଏଣ୍ଟ । ଏକ୍ସଏକ୍ସବି.୧.୧୬ ଭାରିଆଣ୍ଟ ତୀବ୍ର ବେଗରେ ମୁ୍ୟଟେଟ୍ ହୋଇଥିବା ସୂଚନା ମିଳିଛି । ଏହାର ସବ୍ଟାଇପ୍ ଏକ୍ସଏକ୍ସବି.୧.୧୬.୧ ଏବେ ଭାରତରେ ବ୍ୟାପୁଥିବା ଜଣାଯାଇଛି । ବର୍ତ୍ତମାନ ଗୁଜରାଟ ଓ ମହାରାଷ୍ଟ୍ରରେ ଏକ୍ସଏକ୍ସବି.୧.୧୬.୧ ଜରିଆରେ ୧୧୩ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା କୁହାଯାଇଛି । ତେଣେ ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ବଢୁଛି କରୋନା ଗ୍ରାଫ୍ ।
ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ନୂଆ ସଂକ୍ରମିତ । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩% । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନାଜନିତ ମୃତୁସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।