ଲକ୍ଷ୍ନୌର ସହଜ ବିଜୟ

ଆଇପିଏଲ୍-୧୬
ଲକ୍ଷ୍ନୌ, ୭ା୪ (ଏଜେନ୍ସି): ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନର ଦମ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ୬ ୱିକେଟ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ହରାଇ ସହଜ ବିଜୟ ହାସଲ କରିଛି । ଟିମ୍ ୨୪ ବଲ୍ ବାକି ଥାଇ ମ୍ୟାଚ୍ ହାତେଇଥିଲା । କୃଣାଲ୍ ପାଣ୍ଡ୍ୟା ଲକ୍ଷ୍ନୌ ପକ୍ଷରୁ ଅଲ୍ରାଉଣ୍ଡ୍ ପ୍ରଦର୍ଶନ କରି ୩ ୱିକେଟ୍ ନେବା ସହ ୩୪ ରନ୍ କରିଥିଲେ । ଚଳିତ ସିଜନ୍ରେ ଟିମ୍ର ଏହା ଦ୍ୱିତୀୟ ବିଜୟ ।
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ହାଇଦରାବାଦ ଟିମ୍ ବ୍ୟାଟିଂ ବିପର୍ଯ୍ୟୟ ଓ ଦୁର୍ବଳ ରନ୍ରେଟ୍ ଯୋଗୁଁ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୨୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧ୍ôକ ୩୪ ଓ ଅନମୋଲପ୍ରୀତ ସିଂହ ୩୧ ରନ୍ର ଇନିଂସ୍ ଖେଳିଥିଲେ ।
ବିପକ୍ଷ ବୋଲର୍ କୃଣାଲ୍ ପାଣ୍ଡ୍ୟା ୧୮ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଅମିତ ମିଶ୍ରା ୨ଟି ଏବଂ ଯଶ ଠାକୁର ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୧୮ତମ ଓଭର୍ରେ ୯୪ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ମୟଙ୍କ ଅଗ୍ରୱାଲ୍ ଓ ଅନମୋଲପ୍ରୀତଙ୍କ ଯୋଡ଼ି ୨୧ ରନ୍ରେ ଭାଙ୍ଗିଥିଲା । ମୟଙ୍କ ୮ ଓ ଏହାପରେ ଅନମୋଲପ୍ରୀତ ୩୧ ରନ୍ କରି କୃଣାଲ ପାଣ୍ଡ୍ୟାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଧିନାୟକ ଏଡେନ୍ ମାର୍କରାମ ଖାତା ଖୋଲି ନ ପାରି କୃଣାଲ୍ଙ୍କ ତୃତୀୟ ଶିକାର ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ହାରୀ ବ୍ରୁକ୍ ୩ ରନ୍ କରି ରବିଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ୫୫ ରନ୍ରେ ଟିମ୍ ୪ ୱିକେଟ୍ ହରାଇଥିଲା ।
ଏହାପରେ ରାହୁଲ ତ୍ରିପାଠୀ ଓ ୱାଶିଂଟନ୍ ସୁନ୍ଦର ପଞ୍ଚମ ୱିକେଟ୍ ପାଇଁ ୩୯ ରନ୍ ଯୋଗ କରିଥିଲେ । ରାହୁଲ, ଯଶଙ୍କ ବଲ୍ରେ ଆଉଟ୍ ହେବାର ପରବର୍ତ୍ତୀ ଓଭର୍ରେ ସୁନ୍ଦର (୧୬)ଙ୍କୁ ଅମିତ ପାଭିଲିଅନ୍ ପଠାଇଥିଲେ । ଅବଦୁଲ୍ ସମାଦ ୨୧ ରନ୍ କରି ଅପରାଜିତ ଥିବା ବେଳେ ଅଦିଲ୍ ରଶି୍ ୪ ଓ ଉମରାନ୍ ମଲିକ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ ।
ଜବାବରେ ଲକ୍ଷ୍ନୌ ଟିମ୍ ୧୬ ଓଭର୍ରେ ୫ ୱିକେଟ୍ ହରାଇ ୧୨୭ ରନ୍ କରି ବିଜୟୀ ହୋଇଥିଲା । ମାର୍କସ୍ ଷ୍ଟୋଇନିସ୍ ୧୦ ଓ ନିକୋଲାସ୍ ପୂରନ୍ ୧୧ ରନ୍ କରି ଅପରାଜିତ ଥିଲେ । ଟିମ୍ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ସର୍ବାଧିକ ୩୫, କୃଣାଲ୍ ୩୪, କାଇଲ୍ ମାୟର୍ସ ୧୩ ଓ ଦୀପକ ହୁଡ଼ା ୭ ରନ୍ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *